ବଦଳୁଛି କି ଉତ୍ତରପ୍ରଦେଶ ର ରାଜନୈତିକ ସମୀକରଣ !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁୁ ଶୁକ୍ରବାର ଉତ୍ତରପ୍ରଦେଶ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଏହି ଅବସରରେ ବିଜେପି ଓ ଅନ୍ୟ ସହଯୋଗୀଙ୍କ ଦଳରୁ ସମର୍ଥନ ପାଇଁ ମୁର୍ମୁଙ୍କ ସହ ବିଭିନ୍ନ ଦଳର ନେତା ଙ୍କର ଏକ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା। ଏହି ରାତ୍ରି ଭୋଜନ କାର୍ଯ୍ୟକ୍ରମ ରେ ସୁଭାସପା ମୁଖ୍ୟ ଓମ୍‌ ପ୍ରକାଶ ରାଜଭର, ଏସ୍‌ପି ବିଧାୟକ ଶିବପାଲ ଯାଦବ, ଜନସତା ଦଳର ନେତା ରଘୁରାଜ ପ୍ରତାପ ସିଂହ(ରାଜା ଭୈୟା) ଓ ବିଏସ୍‌ପିର କିଛି ନେତୃବୃନ୍ଦ ସାମିଲ ହୋଇଥିଲେ।

ରାତ୍ରି ଭୋଜନରେ ଏହି ନେତା ମାନଙ୍କର ଉପସ୍ଥିତି ୟୁପି ରାଜନୀତିରେ ସମୀକରଣ ବଦଳୁଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ଏହି ସମସ୍ତ ବିରୋଧୀ ଦଳର ନେତା ରାଷ୍ଟ୍ରପତି ନିର୍ବାଚନରେ ନିଜର ସମର୍ଥନ ଜଣାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Related Posts