ବିରୋଧ ଭିତରେ ଘରୋଇ ବିମାନ ଯୋଗେ ମାଳଦ୍ୱୀପରୁ ସିଙ୍ଗାପୁର ଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସାଙ୍ଗକୁ ରାଜନୈତିକ ଅସ୍ଥିରତା ମଧ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶରେ ଜରୁରୀ ପରିସ୍ଥିତି ମଧ୍ୟ ଘୋଷଣା ହୋଇଛି। ଇତି ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଆଜି ମାଳଦ୍ୱୀପରୁ ସିଙ୍ଗାପୁର ଯାଇଛନ୍ତି। ସେଠାରୁ ସେ ସାଉଦି ଆରବ ଯିବେ ବୋଲି ଶ୍ରୀଲଙ୍କାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନ କବ୍‌ଜା କରିବା ପରେ ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡ଼ି ମାଳଦ୍ୱୀପ ଚାଲିଯାଇଥିଲେ। ହେଲେ ମାଳଦ୍ୱୀପ ସରକାର ଗୋଟାବାୟାଙ୍କୁ ଶରଣ ଦେବାକୁ ମନା କରିଦେଇଥିଲେ। ଫଳରେ ଗୋଟାବାୟା ମାଳଦ୍ୱୀପରୁ ସିଙ୍ଗାପୁର ଯାଇଛନ୍ତି। ସେ ଏକ ଘରୋଇ ବିମାନ ଯୋଗେ ସିଙ୍ଗାପୁର ଯାଇଥିବା ଜଣା ପଡ଼ିଛି। ସେଠାରୁ ସେ ସାଉଦି ଆରବ ଯିବେ।

Related Posts