ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ବିନିକା ସହରର ପାତିକାର ପଡାରେ ଛୁରାମାଡ଼: ଗୋଟିଏ ପରିବାରର ତିନି ଜଣ ଗୁରୁତର

ସୋନପୁର: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ବିନିକା ସହରର ପାତିକାର ପଡାରେ ଛୁରାମାଡ଼ ହୋଇଛି I ଏହି ଘଟଣାରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ଆହତ ହୋଇଛନ୍ତି I ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି |

ଖବର ଅନୁଯାୟୀ, ମୃତାହ କାର୍ଯ୍ୟପାଇଁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ତିନି ଜଣ ଯୁବକ ବିନିକା ସହରର ପାତିକାର ପଡାକୁ ଆସିଥିଲେ I ହେଲେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରା ମାଡ଼ ହୋଇଥିଲା I ଯାହାଫଳରେ ପାତିକାର ପଡ଼ାର ମା କୁମୋ ଗୁରୁ, ପୁଅ ରାଇଫଲ ଗୁରୁ ଏବଂ ରତ୍ନୀ ବାଗ ଗୁରୁତର ହୋଇଛନ୍ତି ।

ସମସ୍ତଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନେ ଚିକିତ୍ସିତ ହୋଇ ଘରକୁ ଯାଇଛନ୍ତି I ଏହି ଘଟଣାକୁ ନେଇ ବିନିକା ଥାନାରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରହିଛି I

Related Posts