ବସ୍‌ଷ୍ଟାଣ୍ଡରେ ଗ୍ୟାଙ୍ଗ୍‌ ୱାର୍‌ LIVE…

ବିହାରରେ ଅପରାଧୀଙ୍କ ଦୁଃସାହସ କେତେ ବଢ଼ିଯାଇଛି, ପୁଣି ସାମ୍ନାକୁ ଆସିଛି ତାର ଏକ ଚିତ୍ର । ଫିଲ୍ମରେ ତ ଗ୍ୟାଙ୍ଗ୍‌ ୱାର୍‌ର ଦୃଶ୍ୟ ଦେଖାଯାଏ । ସିନେମାରେ ଗୁଣ୍ଡା ମାନେ ପରସ୍ପର ଉପରକୁ AK-47 ବନ୍ଧୁକରେ ଗୁଳି ଚଳାଉଥିବା ଚିତ୍ର ଦେଖାଯାଏ । କିନ୍ତୁ ବିହାର ମୁଜାଫରପୁରେ ଲୋକେ ଦିନ ଦ୍ବିପ୍ରହରରେ ଲାଇଭ୍‌ ଦେଖିଲେ ଗ୍ୟାଙ୍ଗ୍‌ ୱାର୍‌ ।

ଶୁକ୍ରବାର ମୁଜାଫରପୁର ସହର ମଝା ମଝିରେ ଦିନ ଦ୍ବିପ୍ରହରରେ ଦେଖିବାକୁ ମିଳିଲା କିଛି ଏମିତି ଦୃଶ୍ୟ ଯାହା ଲୋକଙ୍କୁ ଆତଙ୍କିତ କରିଦେଲା । ବେଧଡ଼କ ଚାଲିଲା ଗୁଳି । ଲୋକେ ଯେଉଁ ଚିତ୍ର ଦେଖିଲେ ତାହା ସେମାନଙ୍କୁ କୌଣସି ଫିଲ୍ମ ଦୃଶ୍ୟ ଭଳି ଲାଗୁଥିଲା । କିନ୍ତୁ ଇଏ ଥିଲା ସତ । ଦୁଇ ପଟୁ ଫାୟାରିଂ ହେଉଥିଲା ।

ଯେତେବେଳେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚିଲା ସେତେବେଳେ ଅପରାଧୀ ଖସିଯିବାକୁ ପୋଲିସ୍‌ ଉପରକୁ ବି ଫାୟାରିଂ ଆରମ୍ଭ କରିଦେଲେ । ପୋଲିସ୍‌ ତୁରନ୍ତ ଦେଲା ପାଲଟା ଜବାବ୍‌ ଆଉ ସେଥିରେ ଜଣେ ଅପରାଧୀ ଦେହରେ ବାଜିଲା ଗୁଳି ।

ମୁଜାଫରପୁର ଏସ୍‌ଏସ୍‌ପି ମନୋଜ କୁମାରଙ୍କ କହିବା ଅନୁସାରେ ଏହି ସଂଘର୍ଷରେ AK-47 ଭଳି ଅସ୍ତ୍ରର ବ୍ୟବହାର କରଗଲା । କିଛି ଦିନ ପୂର୍ବରୁ ମୁଜାଫରପୁରର ଡେପୁଟି ମେୟରଙ୍କ ହତ୍ୟା ବି AK-47ରେ କରାଯାଇଥିଲା ।

ଏ ଘଟଣା ବାବଦରେ ପୋଲିସ୍‌ କହିଛି ଯେ ଦୁଇ ପକ୍ଷ ମଧ୍ୟରେ ଚାଲିଲା ଗୁଳି । ଯେଉଁଥିରେ କୁନ୍ଦନ ନାମକ ଜଣେ ଅପରାଧୀ ଉପରେ ଗୁଳି ବାଜିବା ପରେ ତା ଗୋଷ୍ଠୀ ବି ଆରମ୍ଭ କରିଦେଲେ ଫାୟାରିଂ । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଅପରାଧୀ ପୋଲିସ୍‌ ଉପରେ ଆରମ୍ଭ କରିଦେଲେ ଫାୟାରିଂ ।

ଏହା ପରେ ପୋଲିସ୍‌ର ଗୁଳି ଜଣେ ଅରରାଧୀ ଦେହରେ ବାଜିଲା । କୁହାଯାଉଛି କୁନ୍ଦନ ସିଂହ ଉପରେ ମୁକେଶ ପାଠକ ନାମକ ଆଉ ଗୋଟିଏ ଗ୍ୟାଙ୍ଗଷ୍ଟରର ଗ୍ୟାଙ୍ଗ ଆକ୍ରମଣ କରାଇଲା । ପରେ ଚିକିତ୍ସା ସମୟରେ କୁନ୍ଦନ ସିଂହର ମୃତ୍ୟୁ ହୋଇଗଲା । ପୋଲିସ୍‌ ଏହି ମାମଲାର ତଦନ୍ତ କରୁଛି ।

Related Posts