ରାଜ୍ୟ ବିଜେପିର କୋର କମିଟି ବୈଠକ; କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହେଲା ନୀଳ ନକ୍ସା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ମିଶନ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ଜୋରଦାର ମାନସ ମନ୍ଥନ । ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପ୍ରଭାରୀ ସୁନିଲ ବଂଶଲଙ୍କ ଅଧ୍ୟକ୍ଷତାରେ ଦଳୀୟ କୋର କମିଟି ବୈଠକ କରାଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ଜୁଏଲ ଓରାମଙ୍କ ସମେତ ଦଳର ବହୁତ ବରିଷ୍ଠ ନେତା ଓ ପଦାଧିକାରୀ ଉପସ୍ଥିତ ଥିଲେ ।ବିଜେପି ମିଶନ ୨୦୨୪ରେ କିଭଳି ସଫଳ ହେବ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ରାଜ୍ୟ ପ୍ରଭାରୀ । ରାଜ୍ୟ ସରକାରଙ୍କ ବିଫଳତାକୁ କିଭଳି ଲୋକଙ୍କୁ ଅବଗତ କରାଯିବ । ମୋଦୀ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ କିଭଳି ପହଞ୍ଚିବ ସେନେଇ ଦଳ ପକ୍ଷରୁ ନୀଳ ନକ୍ସା ପ୍ରସ୍ତୁତ ହୋଇଛି ।

ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ଦଳ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ସେନେଇ ୩ ମାସିଆ ଖସଡ଼ା ପ୍ରସ୍ତୁତ କରାଯାଇଛି । ଆସନ୍ତା ୨୯, ୩୦ରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସିବେ । ଗସ୍ତ ସମୟର କାର୍ଯ୍ୟକ୍ରମ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି ।

Related Posts