୯ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି | ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନକୁ କ୍ୟାବିନେଟର ଅନୁମୋଦନ ମିଳିଛି ।  ଅନୁକମ୍ପାମୂଳକ ସହାୟତା ଯୋଜନାରେ ଚାକିରି ନିୟମରେ ସଂଶୋଧନକୁ ବି ମଞ୍ଜୁରି | ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଆର୍ଥିକ ଦୁର୍ଗତି ଅନୁସାରେ ତାଙ୍କ ପରିବାର ସଦସ୍ୟଙ୍କୁ ସରକାର ଦେବେ ଚାକିରି । ଏହା ସହ ୨ଟି ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି ।  ସୁନ୍ଦରଗଡ଼ର ୩ଟି ବ୍ଲକ୍‌ରେ ସବୁ ଗାଁକୁ ପାଣି ଯୋଗାଇବେ ସରକାର । ଏଥିପାଇଁ ଖର୍ଚ୍ଚ ହେବ ୩୪୪ କୋଟି ଟଙ୍କା । କୁଆଁରମୁଣ୍ଡା ବ୍ଲକରେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା । କୁଆଁରମୁଣ୍ଡା ବ୍ଲକରେ ପ୍ରକଳ୍ପରୁ ଉପକୃତ ହେବେ ୨ ଲକ୍ଷ ଲୋକ । ସଫ୍ଟୱେର ଟେକ୍ନୋଲଜି ପାର୍କ ପାଇଁ ୩ ଏକର ଯାଏ ପ୍ରିମିୟମ ମାଗଣା ହେବ  । ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦୀ ଲିଙ୍କେଜକୁ କ୍ୟାବିନେଟରେ ଅନୁମତି ମିଳିଛି । ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନକୁ ବି କ୍ୟାବିନେଟ ମଞ୍ଜୁରି ମିଳିଥିବା ଜଣାପଡ଼ିଛି ।

ଏଥର ବଜେଟ ପରିମାଣ ଟପିବ ଦେଢ଼ ଲକ୍ଷ କୋଟି

ସେପଟେ ମନ୍ତ୍ରୀ ପରିଷଦ ବୈଠକରେ 2020-21 ଆର୍ଥିକ ବର୍ଷର ବଜେଟ୍‌ ପାଇଁ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆସନ୍ତା 18ରେ ବିଧାନସଭା ଉପସ୍ଥାପନ ହେବ ବଜେଟ । ଏଥର ବଜେଟ୍‌ ପରିମାଣ ଦେଢ଼ ଲକ୍ଷ କୋଟି ଟଙ୍କା ଟପିବା ସମ୍ଭାବନା ରହିଛି । ଗତ ବର୍ଷ ବଜେଟ୍‌ର ପରିମାଣ 1 ଲକ୍ଷ 39 ହଜାର କୋଟି ଥିଲା ।

Related Posts