୧୧କୁ ଘୁଞ୍ଚିଲା ନିର୍ଭୟା ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାର କରିଥିବା ଆବେଦନର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୧ ତାରିଖ ଦିନ କରାଯିବ ବୋଲି ସୁପ୍ରିମ୍‌ କୋର୍ଟ ଶୁକ୍ରବାର ଦିନ କହିଛନ୍ତି ।

ସୂଚନାନୁଯାୟୀ, କେନ୍ଦ୍ର ସରକାରଙ୍କ ଆଡ଼ିଶନାଲ ସଲିସିଟର ଜେନେରାଲ କେଏମ ନଟରାଜ ଗତ ଗୁରୁବାର ଜଷ୍ଟିସ୍ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ସମକ୍ଷରେ ଏହି ଯାଚିକାରେ ଶୀଘ୍ର ଶୁଣାଣି କରିବାକୁ ଗୁହାରୀ କରିଥିଲେ। ଏନେଇ ନଟରାଜ କହିଥିଲେ ଯେ, ୪ ଦୋଷୀଙ୍କ ପୁନର୍ବିଚାର ଏବଂ ସୁଧାରତ୍ମକ ଯାଚିକା ଖାରଜ ହୋଇ ସାରିଛି। ୩ ଜଣଙ୍କର ରାଜକ୍ଷମା ଯାଚିକା ମଧ୍ୟ ଖାରଜ ହୋଇସାରିଛି। ଏତଦ୍ ସତ୍ତ୍ଵେ ମଧ୍ୟ ଜେଲ ପ୍ରଶାସନ ଅଭିଯୁକ୍ତମାନଙ୍କୁ ଫାସୀ ଦେଇପାରୁ ନାହାଁନ୍ତି।

Related Posts