ରାଜ୍ୟ କ୍ୟାବିନେଟ ବୈଠକ: ‘ମୋ ଘର’ ଯୋଜନା ସମେତ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୯/୫(ସତ୍ୟପାଠ ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି | ବୈଠକରେ ମୋଟ ୧୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଏଥିରେ ‘ମୋ ଘର’ ଯୋଜନା ଅନୁମୋଦିତ ହୋଇଥିବା ଜଣାଯାଇଛି। ମୋ ଘର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଦେବେ ସରକାର । ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାହାନ୍ତି, ସେମାନଙ୍କୁ ରାଜ୍ୟ ସରକାର ଏହି ‘ମୋ ଘର’ ଯୋଜନାରେ ଲୋକଙ୍କୁ ଘର ଯୋଗାଇଦେବେ।

ସେହିପରି ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି। ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ମଂଜୁରୀ ହୋଇଥିବା ସୂଚନା ମିଳିଛି | ସେହିପରି ବଲାଙ୍ଗିର ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ ମିଳିଛି | ଏହାଦ୍ୱାରା ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ\

ତେବେ ମନ୍ତ୍ରିମଣ୍ଡଳର ଅଦଳବଦଳ ପରେ ଏହା ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଥିଲା। ସେପଟେ ଆଜି ବିଜେଡିର ପଞ୍ଚମ ପାଳି ସରକାରକୁ ୪ ବର୍ଷ ପୂରୁଛି। ୨୦୧୯ ମେ’ ୨୯ ତାରିଖରେ ଲଗାତାର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ସରକାର ଗଠନ କରିଥିଲେ। କୁହାଯାଉଥିଲା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କ୍ୟାବିନେଟ ବୈଠକରେ ଅନେକ ଗୁଡ଼ିଏ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର।

Related Posts