ଆନ୍ଧ୍ରପ୍ରଦଶ ଶ୍ରୀହରିକୋଟାରୁ ଏନ୍‌ଭିଏସ୍‌-୦୧ ସାଟେଲାଇଟ୍‌ର ସଫଳ ଉତ୍‌କ୍ଷେପଣ କଲା ଇସ୍ରୋ

ଭୁବନେଶ୍ୱର,୨୯/୫(ସତ୍ୟପାଠ ବ୍ୟୁରୋ): ଆଜି ଆନ୍ଧ୍ରପ୍ରଦଶର ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ଏନ୍‌ଭିଏସ୍‌-୧’ ସାଟେଲାଇଟ୍‌ର ସଫଳ ଉତ୍‌କ୍ଷେପଣ କରାଇଛି।

୨୨୩୨ କିଲୋଗ୍ରାମ୍‌ ଓଜନର ଏହି ଦିଗବାରେଣୀ ବା ‘ନେଭିଗେସନ୍‌ ସାଟେଲାଇଟ୍‌’କୁ ‘ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ର ଦ୍ବିତୀୟ ଲଞ୍ଚ୍‌ ପ୍ୟାଡ୍‌ରୁ ୫୧.୭ ମିଟର୍‌ ଉଚ୍ଚ ରକେଟ୍‌ ‘ଜିଏସ୍‌ଏଲ୍‌ଭି ଏଫ୍‌୧୨’ଦ୍ବାରା ମହାକାଶକୁ ଉତ୍‌କ୍ଷେପଣ କରାଯାଇଛି।

ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦.୪୨ରେ ଛଡ଼ାଯାଇଥିବା ଏହି ରକେଟ୍‌ ୨୦ ମିନିଟ୍‌ ଧରି ମହାକାଶକୁ ଉଠିବା ପରେ ସେଥିରେ ଥିବା ସାଟେଲାଇଟ୍‌କୁ ତା’ର ନିର୍ଦ୍ଦିଷ୍ଟ କକ୍ଷପଥକୁ ଛଡ଼ାଯାଇଥିଲା।

‘ଏନ୍‌ଭିଏସ୍‌-୦୧’ ନାମକ ଏହି ସାଟେଲାଇଟ୍‌ ‘ଏଲ୍‌୧’, ‘ଏଲ୍‌୫’ ଏବଂ ‘ଏସ୍‌ ବ୍ୟାଣ୍ଡ୍‌’ ଆଦି ‘ପ୍ଲେଲୋଡ୍‌’ ନେଇ ଯାଇଛି। ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଗୋଟାଏ ‘ରୁବିଡିୟମ୍‌ ଆଟମିକ୍‌ କ୍ଲକ୍‌’ (ଆଟମିକ୍‌ ଘଣ୍ଟା) ମଧ୍ୟ ରହିଛି।

ଏହି ସାଟେଲାଇଟ୍‌ ଉଭୟ ସାମରିକ ଓ ବେସାମରିକ ବ୍ୟବହାରକାରୀଙ୍କୁ ସେବା ଯୋଗାଇବ। ଏହି ସାଟେଲାଇଟ୍‌ ୧୨ ବର୍ଷରୁ ଅଧିକ ସମୟ ଧରି କକ୍ଷପଥରେ ପରିକ୍ରମା କରିବା ସହିତ ସେବା ଯୋଗାଇବ ବୋଲି ‘ଇସ୍ରୋ’ କହିଛି।

Related Posts