
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚଳିତ ମୌସୁମୀ ଅଧିବେଶନର ୩ ଦିନ ହୋ-ହଲ୍ଲା, ହଟ୍ଟଗୋଳରେ ଅଚଳ ହୋଇପଡିଥିବା ବେଳେ ଆଜି ୪ର୍ଥ ଦିନ ସ୍ୱାଭାବିକ ହୋଇଛି ପ୍ରଶ୍ନକାଳ । ଗୃହରେ ଆଜି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କୃଷିମନ୍ତ୍ରୀ କହିଛନ୍ତି, ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା, ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବ ପରେ ସ୍ଥିତି ବଦଳିଛି ।
ଓଡ଼ିଶା ଚଳିତ ବର୍ଷ ରେକର୍ଡ ଚାଉଳ ଉତ୍ପାଦନ କରିଛି, ହେଲେ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ରାଜି ନାହିଁ । ଯେଉଁଥିପାଇଁ ଚାଷ ବିବିଧକରଣ ଜରିଆରେ ଡାଲି ପରି ଶସ୍ୟ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ୩୦ ଜିଲ୍ଲାରେ ଡାଲି ଚାଷ ପାଇଁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ୨୦୨୩-୨୪ରେ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଚାଷ ହେବ । ସେହିପରି ତୈଳବୀଜ ଚାଷ ଉପରେ ବି ଗୁରୁତ୍ୱ ଦିଆଯାଉଛି । ଡାଲି ଚାଷ ପାଇଁ ୫୦% ରିହାତିରେ କୀଟନାଶକ ଦିଆଯାଉଛି । ନୂତନ ବିହନ ଓ ପିଡିଆ ବି ଦିଆଯାଉଛି. ଡାଲି ଚାଷକୁ ଫୋକସ କରାଯାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।