ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ସ୍ଵର୍ଣ୍ଣ ପଦକ ହାସଲ କଲେ ରବି ଦହିଆ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକିଲେ ରବି କୁମାର ଦହିଆ । ଭାରତ ପାଇଁ ହାସଲ କଲେ ଦଶମ ସ୍ଵର୍ଣ୍ଣ ପଦକ । ଟୋକିଓ ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ଦହିଆ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦାର୍ପଣ କରି ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ରବି ଫାଇନାଲ୍‌ରେ ନାଇଜେରିଆର ପହିଲମାନ ଓ୍ଵିଲସନଙ୍କୁ ୧୦-୦ରେ ହରାଇଛନ୍ତି। ଭାରତୀୟ ପହିଲମାନ ସେମି ଫାଇନାଲ୍‌ରେ ପାକିସ୍ତାନର ପହିଲମାନ ଅସଦ ଅଲୀଙ୍କୁ ହରାଇଥିଲେ। ସେ ଅସଦଙ୍କୁ ୧୪-୪ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଭାରତ ଏ ପର୍ଯ୍ୟନ୍ତ ୩୨ ପଦକ ଜିତି ସାରିଛି।

୨୪ ବର୍ଷୀୟ ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଗ୍ରା ବର୍ଗରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ହରିୟାଣାର ସୋନିପତ ବାସିନ୍ଦା ରବି ଦିଲ୍ଲୀରେ ଆୟୋଜିତ ଜାତୀୟ ଚୟନରେ ମ୍ୟାଚ୍ ଜିତି ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଚଳିତ ବର୍ଷ ଏସୀୟ କୁସ୍ତି ଚାମ୍ପିଅନଶିପରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ରବି ୨୦୧୯ ବିଶ୍ଵ କୁସ୍ତି ଚାମ୍ପିଅନଶିପରେ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ। ଏହା ବାଦ୍ ସେ ତିନି ଥର ଏସୀୟ ଚାମ୍ପିଅନ ରହିଛନ୍ତି।

Related Posts