ଉପରାଷ୍ଟ୍ରପତି ନିର୍ବାଚନ: ବିଜେପି ନେତୃତ୍ଵାଧୀନ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ବିଜୟ ହାସଲ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରକାଶ ପାଇଛି ଫଳାଫଳ । ବିଜେପି ନେତୃତ୍ଵାଧୀନ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ବିଜୟ ହାସଲ କରିଛନ୍ତି। ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ହରାଇ ବିଜୟ ହାସଲ କରିଛନ୍ତି ଜଗଦୀପ ଧନଖଡ । ଫଳରେ ସେ ହେବେ ଦେଶର ଉପ ରାଷ୍ଟ୍ରପତି । ଧନଖଡ ଏବେ ଭେଙ୍କେୟା ନାଇଡୁଙ୍କୁ ସ୍ଥାନ ନେବେ। ଧନଖଡଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ୧୫ ଭୋଟ୍ ନାକଚ୍ ହୋଇଛି। ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ଧନଖଡ ବିରୋଧୀ ପ୍ରାର୍ଥୀଙ୍କୁ ୩୪୬ ଖଣ୍ଡ ଭୋଟରେ ହରାଇଛନ୍ତି। ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ରେ ଶେଷ ହେଉଛି।

ନିର୍ବାଚନ ଆୟୋଗ ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଧନଖଡ ବିଜୟୀ ହେବେ ବୋଲି ପୂର୍ବରୁ ସ୍ପଷ୍ଟ ହୋଇ ସାରିଥିଲା। ବାସ୍ ନାମକୁ ମାତ୍ର ଔପଚାରିକ ଘୋଷଣା ବାକି ରହିଥିଲା।

ଏଥିସହ ରାଷ୍ଟ୍ରପତି ପରେ ଉପ ରାଷ୍ଟ୍ରପତି ନିର୍ବାଚନ ପର୍ବରେ ଯବନିକା ପଡିଛି। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତାଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ଅନେକ ନେତା ଶୁଭେଚ୍ଛା ଜଣାଇଛନ୍ତି। ଧନଖଡଙ୍କ ଉପ ରାଷ୍ଟ୍ରପତି ହେବା ନେଇ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଉତ୍ସବର ମାହୋଲ ଲାଗି ରହିଛି। ସୂଚନାଯୋଗ୍ୟ, ଜଗଦୀପ ଧନଖଡ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ।

Related Posts