ଏବେ ବି ଫେରିନି ରାଜୁ ଶ୍ରୀବାସ୍ତବଙ୍କ ଚେତା: ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

ମୁମ୍ଵାଇ : ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସିନି ଉନ୍ନତି । ତିନି ସପ୍ତାହରୁ ଅଧିକ ସମୟ ଧରି ଦିଲ୍ଲୀର AIIMS ରେ ଚିକିତ୍ସିତ ହେଉଥିବା ବେଳେ ଏବେ ବି ଚେତା ଶୂନ୍ୟ ଅବସ୍ଥାରେ ଅଛନ୍ତି । ନିକଟରେ ପୁଣି ଥରେ ବିଗିଡି ଯାଇଛି ତାଙ୍କ ସ୍ଵାସ୍ଥ୍ୟ ଗୁରୁବାର ଦିନ ଜ୍ୱର ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ। ସେ ଏପର୍ଯ୍ୟନ୍ତ ଚେତନା ଫେରି ପାଇ ନାହାଁନ୍ତି । ହେଲେ ବର୍ତ୍ତମାନ ତାଙ୍କ ହୃଦସ୍ପନ୍ଦନ ଏବଂ ବିପି ସ୍ୱାଭାବିକ ରହିଛି ।

ରାଜୁ ଶ୍ରୀବାସ୍ତବଙ୍କ ଘନିଷ୍ଠ ପରିବାର ବନ୍ଧୁ କହିଛନ୍ତି ଯେ ରାଜୁଙ୍କର କିଛି ଦିନ ପୂର୍ବରୁ ସଂକ୍ରମଣ ହୋଇଥିଲା, କିନ୍ତୁ ପରେ ଏହି ଇନଫେକ୍ସନ ଭଲ ହୋଇଯାଇଥିଲା। ସଂକ୍ରମଣ କାରଣରୁ ଜ୍ୱର ହେବା ପରେ ଡାକ୍ତରଙ୍କ ଦଳ କାହାକୁ ଭିତରକୁ ଯିବାକୁ ଦେଉ ନାହିଁ। କେବଳ ପତ୍ନୀ ଶିଖା ଶ୍ରୀବାସ୍ତବ ଏବଂ ଝିଅ ଭିତରକୁ ଯାଇପାରିବେ।

ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ରେ ଦିଲ୍ଲୀର ଏରୋସ୍ ହୋଟେଲରେ ଜିମ କରୁଥିବା ସମୟରେ ହଠାତ୍‌ ତଳେ ପଡିଯାଇଥିଲେ। ଏହା ପରେ ତାଙ୍କୁ ଶୀଘ୍ର AIIMS ରେ ଭର୍ତ୍ତି କରାଯାଇଥିଲା। ହୃଦଘାତ ଯୋଗୁଁ ରାଜୁଙ୍କ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା, ଯାହା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Related Posts