ବିହାର ନଦୀରୁ ମିଳିଲା ଅଜବ ମାଛ : ରହିଛି ୪ଟି ଆଖି, ରଙ୍ଗ ଓ ଗଠନ ସାଧାରଣ ମାଛଠୁ ସମ୍ପୂର୍ଣ୍ଣ ଭିନ୍ନ

ନୂଆଦିଲ୍ଳୀ : ବିହାରର ବଗହାଠାରେ ଏକ ମାଛ ଧୀବରଙ୍କ ଜାଲରେ ଅଜବ ଧରଣର ମାଛ ଫସିଛି । ଏହାକୁ ଦେଖିବା ଲାଗି ସେଠାରେ ଲୋକଙ୍କ ଭିଡ଼ ଜମିଛି। ବଗହା-୧ ଉପଖଣ୍ଡର ବନଚହରୀ ଗାଁ ନିକଟରେ ହରହା ନଦୀରେ ମାଛ ଧରିବା ସମୟରେ ଜଣେ ଧୀବର ଏହି ମାଛକୁ ଜାଲରେ ପଡ଼ିଥିବା ଦେଖିବାକୁ ପାଇଲେ। ଏହାର ୪ଟି ଆଖି ରହିଛି । ରଙ୍ଗ ଓ ଗଠନ ସାଧାରଣ ମାଛଠୁ ସମ୍ପୂର୍ଣ୍ଣ ଭିନ୍ନ।

ଏ ପ୍ରଜାତିର ମାଛ ଆମାଜନ୍‌ ନଦୀରେ ବିଚରଣ କରନ୍ତି ବୋଲି ବାଲ୍ମିକୀ ଟାଇଗର ରିଜର୍ଭରେ ଅବସ୍ଥାପିତ କେ ବାଙ୍କେଲାଲ ପ୍ରଜାପତି ଓ କମଲେଶ ମୌର୍ଯ୍ୟ କହିଛନ୍ତି । ଏହି ଅଜବ ମାଛ ଆମାଜନ୍‌ ସ୍ମଲ୍‌ ଏକ୍‌ଜୋଟିକ୍‌ କ୍ୟାଟ୍‌ ଫିସ୍‌ ନାମରେ ପରିଚିତ । ଏହା ଆର୍ମୋରେଡ୍‌ କ୍ୟାଟ୍‌ଫିଶ୍‌ ପ୍ରଜାତିର । ଆମ ନଦୀରେ ଏହା ମିଳିବା ଚିନ୍ତାର ବିଷୟ । ଏ ବିଷୟରେ ବାଙ୍କେଲାଲ କହିଛନ୍ତି, ଲୋକେ ଏହି ମାଛକୁ ଆକ୍ୱାରିୟମ୍‌ରେ ପାଳନ୍ତି । କାଚରେ ଜମିଥିବା ଶିଉଳି ଓ ମାଛଙ୍କର ଅଳିଆକୁ ଏହା ସଫା କରେ। ଏହା ପୂର୍ବରୁ ଏ ପ୍ରକାର ମାଛ ଉତ୍ତରପ୍ରଦେଶର ବନାରସ ଓ ବିହାରର କହଲଗାଁଓରେ ଦେଖିବାକୁ ମିଳିଥିଲା ।

Related Posts