ଏଣିକି ବିଦେଶରେ ମେଡିକାଲ ପାଠ ପଢ଼ିଥିବା ଛାତ୍ରଛାତ୍ରୀମାନେ ଭାରତରେ କରିପାରିବେ ଇଣ୍ଟର୍ଣ୍ଣସିପ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଏଣିକି ବିଦେଶରେ ମେଡିକାଲ ପାଠ ପଢ଼ିଥିବା ଛାତ୍ରଛାତ୍ରୀମାନେ ଭାରତରେ କରିପାରିବେ ଇଣ୍ଟର୍ଣ୍ଣସିପ । ତେବେ କୋଭିଡ ୧୯ ମହାମାରୀ ହେଉ କିମ୍ବା ୟୁକ୍ରେନ ସଙ୍କଟ ଭଳି ପରିସ୍ଥିତିରେ ଅନେକ ଛାତ୍ରଛାତ୍ରୀ ତାଙ୍କର ଇର୍ଣ୍ଟର୍ଣ୍ଣସିପକୁ ସମ୍ପୂର୍ଣ୍ଣ କରିପାରିନଥିଲେ । ତେଣୁ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଭାରତରେ ଏହା ଶେଷ କରିବାକୁ ନ୍ୟାଶନାଲ ମେଡିକାଲ କମିଶନ ଅନୁମତି ପ୍ରଦାନ କରିଛି । ଏଥିପାଇଁ କମିଶନ କେତେକ ସର୍ତ୍ତ ରଖିଥିବାର ଦେଖିବାକୁ ମିଳିଛି । ତେବେ ଭାରତରେ ଇଣ୍ଟର୍ଣ୍ଣସିପ ପାଇଁ ଆବେଦନ କରିବା ପୂର୍ବରୁ ଛାତ୍ରଛାତ୍ରୀମାନେ ବିଦେଶରେ ମେଡିକାଲ ଗ୍ରାଜୁଏଟ ପରୀକ୍ଷା ସମ୍ପୂର୍ଣ୍ଣ କରିବା ଆବଶ୍ୟକ । ସେପଟେ ଏଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକିନା ବର୍ତ୍ତମାନ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ଦେଇ ଚିନ୍ତାରେ ଥିବାବେଳେ ଏପରି ଖବର ସାମ୍ନାକୁ ଆସିଛି ।

ଅନ୍ୟପଟେ କୋଭିଡ ଏବଂ ଯୁଦ୍ଧ ସ୍ଥିତି ଯୋଗୁଁ କେତେଜଣ ବିଦେଶୀ ମେଡିକାଲ ସ୍ନାତକ ସେମାନଙ୍କ ଇଣ୍ଟର୍ଣ୍ଣଶିପ ସମ୍ପୂର୍ଣ୍ଣ କରିନଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କ ବ୍ୟଥାକୁ ବିଚାରକୁ ନେଇ ଏଠାରେ ଇଣ୍ଟର୍ଣ୍ଣଶିପ ଶେଷ କରିବା ଲାଗି ସୁଯୋଗ ଦିଆଯିବ ବୋଲି ଏନଏମସି ବିଜ୍ଞପ୍ତିରେ ଦର୍ଶାଯାଇଛି । ଏନେଇ କମିଶନଙ୍କ ପକ୍ଷରୁ ରାଜ୍ୟ ମେଡିକାଲ କାଉନସିଲ ଗୁଡ଼ିକ ପାଇଁ ଖୁବଶୀଘ୍ର ଗାଇଡଲାଇନ ଜାରି କରାଯିବ ବୋଲି ଆଶା କରାଯାଉଛି । ଉକ୍ତ ଗାଇଡଲାଇନ ଆଧାରରେ ରାଜ୍ୟ ମେଡିକାଲ କାଉନସିଲ ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ କିମ୍ବା ଏନଇଇଟି ପରୀକ୍ଷା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଏଫଏମଜିମାନଙ୍କ ପଞ୍ଜୀକରଣ କରାଇବେ ବୋଲି ସୂଚନା ମିଳିଛି ।

Related Posts