
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ଉଭୟ ଦେଶ ପରସ୍ପରକୁ କଡ଼ା ଜବାବ ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ୟୁକ୍ରେନ ଡାର୍ଟି ବମ ନାମକ ଏକ ପରମାଣୁ ବୋମା ତିଆରି କରୁଥିବାର କଥା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତେବେ ଏହା ଏକ ପରମାଣୁ ବୋମା ହୋଇଥିବା ବେଳେ ଏହାକୁ ପକାଇ ସେ ଆମକୁ ଛାରଖାର କରିବାକୁ ଟାର୍ଗେଟ ରଖିଛି। ହେଲେ ତା’ ମନସ୍କାମନା ପୂରଣ କରିବାକୁ ଦେବୁନି। ଆମେ ତା ଅସ୍ତିତ୍ୱକୁ ମାଟିରେ ମିଶାଇ ଦେବୁ। ” ୟୁକ୍ରେନକୁ ଏପରି ଧମକ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ହେଲେ ପରମାଣୁ ବୋମା ପ୍ରସ୍ତୁତ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛି ୟୁକ୍ରେନ ।
ସେପଟେ ରୂଷ ନିଜ ଜିଦ୍ରୁ ହଟୁ ନ ଥିବା ବେଳେ ଦିନକୁ ଦିନ ଆକ୍ରାମଣାତ୍ମକ ଢ଼ଙ୍ଗରେ ୟୁକ୍ରେନ ଉପରକୁ ହାମଲା କରି ଚାଲିଛି। ରୁଷ-ୟୁକ୍ରେନ ଯୁଦ୍ଧରେ ପାଶ୍ଚାତ ଦେଶ ପ୍ରତ୍ୟକ୍ଷ ଭାବେ ସାମିଲ ହେଉ ନ ଥିଲେ ମଧ୍ୟ ୟୁକ୍ରେନକୁ ସହଯୋଗ କରୁଛନ୍ତି। ଏପରିକି ରୁଷ ଉପରେ ବୋମା ମାଡ଼ ହେଉ ନ ଥିଲେ ବି ଆରମ୍ଭ କରିଦେଲେଣି ଆର୍ଥିକ ଘେରାବନ୍ଦୀ। ଏପରିକି ରୁଷରେ ବିଭିନ୍ନ ଦେଶ ରୁଷକୁ ଘେରିବାକୁ ଚେଷ୍ଟା କରି ବିଭିନ୍ନ କଟକଣା ଲାଗୁ କରୁଥିବା ସତ୍ତ୍ୱେ ରୁଷ ପଛକୁ ଫେରୁ ନାହିଁ । ଯାହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି ।