ସୁବାଷ ଓ ସତସଙ୍ଗ୍

ସାରା ଦେଶ ଆଜି ପାଳନ କରୁଛି ପୁଣ୍ୟାତ୍ମା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ୧୮୯୭ ଆଜିର ଦିନରେ ପିତା ଜାନକୀନାଥ ବୋଷ ଏବଂ ମାତା ପ୍ରଭାବତୀ ଦେବୀଙ୍କ କୋଳମଣ୍ଡନ କରି ଧରା ପୃଷ୍ଠକୁ ଆସିଥିଲେ ଏହି ଯୋଗଜନ୍ମା । ଭାରତୀୟ ମୁକ୍ତି ସଂଗ୍ରାମର ଏହି ମହାନ ଯୋଦ୍ଧା ସର୍ବଦା ଚାହୁଁଥିଲେ ସ୍ବାଭିମାନର ସହ ବଞ୍ଚିବାକୁ । କାହାର ଦୟା ଅନୁକମ୍ପାରେ ବଞ୍ଚିବା ଅପେକ୍ଷା ମୃତ୍ୟୁକୁ ଶ୍ରେୟ ମନେକରୁଥିବା ଏହି ମହାନ ଯୋଦ୍ଧା ସମଗ୍ର ଦେଶର କୋଟି କୋଟି ଜନତାଙ୍କ ପ୍ରିୟ ନେତା ପାଲଟିଗଲେ । “ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧିନତା ଦେବି” ସୁବାଷଙ୍କ ଏହି ଆହ୍ବାନ ଆଜିବି ଅନେକ ଯୁବ ପିଢିଙ୍କ ମଧ୍ୟରେ ଏକ ଭିନ୍ନ ଦେଶପ୍ରିତୀ ସୃଷ୍ଠି କରିଥାଏ ।

କିନ୍ତୁ ଏତେ ସବୁ ପଛରେ ଯେଉ ମହତ୍ କାର୍ଯ୍ୟ କାରଣ ଲୁଚି ରହିଛି ତା’ହେଲା ତାଙ୍କ ପିତା ମାତାଙ୍କ ଆଧ୍ୟାତ୍ମିକ ଚେତନା ଆଉ ଆଦର୍ଶଗତ ଜୀବନ । ପ୍ରଖ୍ୟାତ ଆଡଭୋକେଟ ଜାନକୀନାଥ ବୋଷ ତତ୍କାଳୀନ କଟକ ସହରର ଓଡିଆ ବଜାରରେ ବାସ କରୁଥିଲେ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣକରି ଜାନକୀନାଥ ଗଢି ଚାଲିଲେ ସୁବାଷଙ୍କ ଜୀବନଶୈଳୀ । ପିଲାଟି ଦିନରୁ ପିତୃମାତୃ ଭକ୍ତ ସୁବାଷ ଆଜି ସାରା ବିଶ୍ବରେ ପରିଚିତ ପାଇଲେ ।

ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ପ୍ରଥମ ଥର ପାଇଁ ଉତ୍କଳ ଭୂମିରେ ପହଞ୍ଚାଇବାରେ ଯିଏ ସଫଳ ହୋଇଥିଲେ ସେ ହେଉଛନ୍ତି ସୁବାଷଙ୍କ ପିତାମାତା ଜାନକୀନାଥ ଓ ପ୍ରଭାବତୀ ଦେବୀ । ପୁରୀର ହରନାଥ ଲଜ୍ ରେ ଅବସ୍ଥାନ କରାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରାଇବା ସହ ସମୁଦ୍ର ସୈକତରେ ସ୍ମୃତି ଛାଡିଯିବାରେ ଜାନକୀନାଥଙ୍କ ଥିଲା ଶ୍ରେଷ୍ଠ ଅବଦାନ । ଆଜି ଉତ୍କଳ ଭୂମୀରେ ଲକ୍ଷ ଲକ୍ଷ ଅନୁକୂଳଚନ୍ଦ୍ରଙ୍କ ଅନୁଗାମୀ ସୁବାଷଙ୍କ ପିତାମାତାଙ୍କୁ ସ୍ମରଣ କରନ୍ତି । ଗୁରୁଗତ ଜୀବନ ଭିତରେ କିପରି ଶ୍ରଷ୍ଠ ସନ୍ତାନ ଏ ସୃଷ୍ଠିକୁ ଉପଢୌକନ ଦିଆ ଯାଇପାରେ ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ସୁବାଷ ଚନ୍ଦ୍ର ବୋଷ୍ । ସେଥିପାଇଁ ଯୁଗେଯୁଗେ ସୁବାଷ ଓ ସତସଙ୍ଗ ଏକ ଆଉ ଅଭିନ୍ନ ।

Related Posts