ସିଏଏକୁ ବିରୋଧ କରୁଥିବା ମହିଳାଙ୍କୁ ଯୋଗୀ ସରକାରର ନାଲିଆଖି -1200ରୁ ଅଧିକ ମାମଲା ରୁଜୁ

ଉତ୍ତର ପ୍ରଦେଶ :ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ଯୋଗୀ ସରକାରଙ୍କ ଆକ୍ସନ । ସିଏଏ ଓ ଏନଆରସିକୁ ନେଇ ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି  । ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ବିରୋଧରେ ଯୋଗୀ ସରକାର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ପାଖାପାଖି 1200 ବିକ୍ଷୋଭକାରୀଙ୍କ ବିରୋଧରେ ଧାରା 144 ଉଲ୍ଲଙ୍ଘନ କରିବାର ମାମଲା ରୁଜୁ କରାଯାଇଛି  । ଆଲିଗଡରେ 60 ମହିଳା, ପ୍ରୟାଗରାଜରେ 300 ମହିଳା, ଇଟାଓ୍ବାରେ 200 ମହିଳା ଓ 700 ପୁରଷଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର । ଅନ୍ୟପଟେ ରାୟବରେଲୀ ଟାଉନ ହଲରେ ମଧ୍ୟ ମୁସଲମାନ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ବିକ୍ଷୋଭକାରୀ ମହିଳା କହିଛନ୍ତି ମୋଦି ସରକାର ଦେଶରୁ ଯେପର୍ଯ୍ୟନ୍ତ ସିଏଏ ହଟାଇନାହାଁନ୍ତି ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି  ବିକ୍ଷୋଭକାରୀ ମହିଳା ଚେତାବନୀ ଦେଇଛନ୍ତି  ।

Related Posts