କଟକ ମହାନଗର ନିଗମର ନବନିର୍ବାଚିତ ମେୟର ଭାବେ ଶପଥ ନେଲେ ସୁବାସ ସିଂହ

କଟକ: କଟକ ମହାନଗର ନିଗମର ନୂତନ ମେୟର ଭାବେ ଶପଥ ନେଇଛନ୍ତି ସୁବାସ ସିଂହ । ତାଙ୍କ ସହିତ ସମସ୍ତ ୫୯ ଜଣ କର୍ପୋରେଟର ମଧ୍ୟ ଶପଥ ଗ୍ରହଣ କରିଛନ୍ତି । କଟକ ସହିଦ ଭବନରେ ସକାଳ ୯ଟାରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ ସମାରୋହ |

ଶପଥ ଗ୍ରହଣ ଉତ୍ସବ ପରେ ଡେ଼ପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନ୍ୟାନ୍ୟ ଦାସ, ପୌର ପ୍ରଶାସକ ତଥା ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ସିଏମସି ପ୍ରଶାସକ ଅନୀଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହିଛନ୍ତି। କାର୍ଯ୍ୟକ୍ରମକୁ ଡେ଼ପୁଟି କମିଶନର ସଂଜୀବିତା ରାୟ ପରିଚାଳନା କରିଛନ୍ତି।

ତେବେ କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ସୁବାସ ସିଂହ ଶପଥ ଗ୍ରହଣ କରିଛନ୍ତି । ନଗର ଉନ୍ନୟନ ବିଭାଗ ସଚିବ ସଂଗ୍ରାମଜିତ ନାୟକ ଏହି ଶପଥ ପାଠ କରାଇଛନ୍ତି । ସୁବାସ ସିଂହ ବାମ ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରେ ବିଜେଡିରେ ଯୋଗ ଦେଇଥିଲେ । ଜଣେ ଦକ୍ଷ ସଂଗଠନ ଭାବେ ସେ ବେଶ୍ ଜଣାଶୁଣା । ବସ୍ତିବାସିନ୍ଦା ଓ ଶ୍ରମିକଙ୍କ ହକ୍ ପାଇଁ ସେ ସବୁବେଳେ ଲଢେଇ କରିଛନ୍ତି । ଏବେ ସେ ରାଜ୍ୟସଭାର ସାଂସଦ ମଧ୍ୟ ରହିଛନ୍ତି ।

ସେପଟେ, ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ଓ କଂଗ୍ରେସ କର୍ପୋରେଟରମାନେ ଗୃହ ତ୍ୟାଗ କରିଛନ୍ତି। ଗଣତନ୍ତ୍ରର ଏକ ପ୍ରକାର ହତ୍ୟା କରାଯାଉଥିବା ନେଇ ଅଭିଯୋଗ କରି ବିଜେପି ଓ କଂଗ୍ରେସ କର୍ପୋରେଟରମାନେ ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ଚାଲିଯାଇଛନ୍ତି।

Related Posts