ଆଫଗାନିସ୍ତାନର କାବୁଲରେ ଆତ୍ମଘାତୀ ବିସ୍ଫୋରଣ; ୨ ରୁଷ ରାଷ୍ଟ୍ରଦୂତଙ୍କ ସମେତ ୨୦ ମୃତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି। କାବୁଲ ସ୍ଥିତ ରୁଷ ଦୂତାବାସ ନିକଟରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୨ ରୁଷ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମର ରିପୋର୍ଟ ମୁତାବକ, ରୁଷ ଦୂତାବାସର ଫାଟକ ସାମ୍ନାରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି।କୁହାଯାଉଛି ଦୂତାବାସ ବାହାରେ ମୁତୟନ ଥିବା ତାଲିବାନର ସୁରକ୍ଷା ଗାର୍ଡମାନେ ଆକ୍ରମଣ କାରୀଙ୍କୁ ଚିହ୍ନି ନେଇଥିଲେ। ସେମାନେ ଆକ୍ରମଣକାରୀଙ୍କୁ ଗୁଳି ମାଡ ମଧ୍ୟ କରିଥିଲେ। କିନ୍ତୁ ଅଚାନକ ବିସ୍ଫୋରଣ ଘଟିଥିଲା।

ସୁଚନାଯୋଗ୍ୟ ଯେ, ତାଲିବାନ ସରକାର ଶାସନକୁ ଆସିବା ପରେ ଆଫଗାନିସ୍ତାନରେ ବାରମ୍ବାର ବିସ୍ଫୋରଣ ହେଉଛି। ପଶ୍ଚିମ ଆଫଗାନିସ୍ତାନର ହେରାନ୍ତ ଅଞ୍ଚଳରେ ସେପ୍ଟେମ୍ବର ୨ ତାରିଖରେ ଏକ ପ୍ରବଳ ଭିଡ ଜମିଥିବା ମସଜିଦରେ ବିସ୍ଫୋରଣ ହୋଇଥିଲା। ଏଥିରେ ୨୦ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ମସଜିଦର ମୌଲବୀ ମୌଲାନା ମଧ୍ୟ ସାମିଲ ଥିଲେ। ସେହିପରି ଏହି ଆକ୍ରମଣରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Related Posts