ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ସାଥି ହୋଇ ବିଷ ପିଇଲେ ପ୍ରେମୀ ଯୁଗଳ । ଭରତପୁର ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ସାଥି ହୋଇ ଆତ୍ମହତ୍ୟା କରିଛନ୍ତି । ବିଷ ପିଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗୋଳ । ମୃତ ପ୍ରେମିକ ନୟାଗଡ ଜିଲ୍ଲାର ସୋମନାଥ ସାହୁ । ସୋମନାଥଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି । ମୃତ ପ୍ରେମିକା ଢେଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳର ଜଣେ ବିବାହିତା ମହିଳା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ସୋମନାଥ ଦୀର୍ଘଦିନ ହେବ ସ୍ତ୍ରୀକୁ ଛାଡି ଉକ୍ତ ବିବାହିତା ମହିଳାଙ୍କୁ ଭଲ ପାଉଥିଲେ । ଏପିରିକି ସେ ଭରତପୁର ଥାନା ଅଧିନ ଫୁଲେଶ୍ବରୀ ବସ୍ତିରେ ରହୁଥିଲେ । ଯାହାକୁ ସୋମନାଥଙ୍କ ପରିବାର ଲୋକେ ପ୍ରତିବାଦ କରି ଆସୁଥିଲେ । ତେବେ ପରିବାର ଲୋକଙ୍କ ବାରମ୍ବାର ତାଗିଦ୍ ଯୋଗୁଁ ଉଭୟ ପ୍ରେମିକ ଓ ପ୍ରେମିକା ଘରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଭରତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ଏମସ ପଠାଇଛି ।

Related Posts