କାଲିଠୁ ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି : ଅନଲାଇନ କ୍ଲାସ ଓ ପରୀକ୍ଷା ମନା

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ 5 ରୁ 31 ମେ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଏ ନେଇ ଚିଠି ଲେଖି ଅବଗତ କରାଯାଇଛି। ତା’ସହିତ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ପ୍ରିନ୍ସପାଲ ମାନଙ୍କୁ ମଧ୍ୟ ଏନେଇ ଚିଠି କରାଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଅବଧି ମଧ୍ୟରେ କୌଣସି ଅନଲାଇନ୍ କ୍ଲାସ୍ କିମ୍ବା ପରୀକ୍ଷା ହେବ ନାହିଁ। ତେବେ ପିଏଚ୍‌ଡି ଓ ଅନ୍ୟ ରିସର୍ଚ୍ଚ ସ୍କୋଲାରଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ସାକ୍ଷାତକାର ଗୁଡ଼ିକୁ କରାଯାଇପାରିବ। ଏହା ସହିତ ଖରାଛୁଟିରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଫିସ୍‌ କାର୍ଯ୍ୟ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ , ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତାକାଲି ଠାରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଳବତ୍ତର ରହିବ।

Related Posts