ସୁନ୍ଦରଗଡ଼ ବଡ଼ଗାଁ ବ୍ଲକ ମୁଣ୍ଡାଗାଁରେ ଅଘଟଣ: କୂଅରେ ଖସିପଡ଼ି ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ ମୁଣ୍ଡାଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଅକାଳ ମୃତ୍ୟୁ ଘଟିଛି । କୂଅ ମଧ୍ୟକୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଛି।

ମୃତକ ମୁଣ୍ଡାଗାଁ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ସା । ତେବେ ଗତକାଲି ଦ୍ବିପହର ବେଳେ କୌଣସି କାରଣରୁ କୂଅରେ ପଡ଼ିଯାଇଥିଲେ। ତାଙ୍କର କୌଣସି ଖୋଜ ଖବର ମିଳିନଥିବା ବେଳେ ଘରଲୋକେ ଖୋଜି ଶେଷରେ କୂଅ ଭିତରେ ଠାବ କରିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବଡ଼ଗାଁ ଡାକ୍ତରଖାନା ଆଣି ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି ।

ସେପଟେ ଏହି ଘଟଣା କୁ ନେଇ ପରିବାର ସମେତ ସ୍ଥାନୀୟ ଅଂଚଳରେ ଦୁଃଖର ଲହରୀ ଖେଳିଯାଇଛି ।

Related Posts