କରୋନାରେ ଚାଲିଗଲେ ଚିପକୋ ଆନ୍ଦୋଳନର ପୁରୋଧା ତଥା ବିଶିଷ୍ଟ ପରିବେଶବିତ୍ ସୁନ୍ଦରଲାଲ ବାହୁଗୁଣା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାରେ ବିଶିଷ୍ଟ ପରିବେଶବିତ୍ ତଥା ଚିପକୋ ଆନ୍ଦୋଳନର ପୁରୋଧା ସୁନ୍ଦରଲାଲ ବାହୁଗୁଣାଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ମେ ୮ ତାରିଖରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ AIIMS ଋଷିକେଶରେ ଭର୍ତ୍ତି କରାଯାଇଥିଲା। ଆଜି ମଧ୍ୟାହ୍ନ ୧୨.୦୫ ମିନିଟ୍ ରେ ସେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି । ଏ ସମ୍ପର୍କରେ ଋଷିକେଶ AIIMSର ନିର୍ଦ୍ଦେଶକ ରବିକାନ୍ତ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଗଭୀର ଶୋକ ପ୍ରକାଶ କରିଛନ୍ତି। ୧୯୭୦ ମସିହାରେ ଯେତେବେଳେ ଉତ୍ତରାଖଣ୍ଡର ଚମୋଲିରେ ବିପୁଳ ପରିମାଣରେ ଗଛ କଟାଯିବା ପାଇଁ ନିର୍ଦ୍ଦେଶ ଦିଆଗଲା ସେତେବେଳେ ସେ ଗଛ ନକାଟିବା ପାଇଁ ଲଢ଼େଇ କରୁଥିଲେ। ଚିପକୋ ଆନ୍ଦୋଳନ ଜରିଆରେ ସେ ସେଠାକାର ଅଞ୍ଚଳବାସୀଙ୍କୁ ଏକାଠି କରିଥିଲେ। ଗଛ ଗୁଡ଼ିକୁ ସମସ୍ତଙ୍କୁ କୁଣ୍ଢାଇବାକୁ କହିଥିଲେ। ଅଞ୍ଚଳବାସୀ ଗଛ କଟାକୁ ବିରୋଧ କରି ଏହାକୁ ଜାବୁଡ଼ି ଧରିଥିଲେ। ତେଣୁ ଏହାକୁ ଚିପକୋ ଆନ୍ଦୋଳନ ଭାବେ ପରିଚୟ ମିଳିଥିଲା। ପରିବେଶ ସୁରକ୍ଷା ପାଇଁ ତାଙ୍କୁ ଭାରତ ସରକାର ୧୯୮୧ରେ ପଦ୍ମଶ୍ରୀ ଓ ୨୦୦୯ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

Related Posts