ପୁରୀ ଭିଜିଲାନ୍ସ ଜାଲରେ ଡିଆଇସି ଅଫିସର ସୁପର ଭାଇଜର ନାରାୟଣ ପଟ୍ଟନାୟକ

ପୁରୀ : ଲଂଚ ନେବା ସମୟରେ ଧରା ପଡିଲେ ଆଉ ଜଣେ ସରକାରୀ ଅଧିକାରୀ | ଅଧିକାରୀ ଜଣଙ୍କ ହେଉଛନ୍ତି ଡିଆଇସି ଅଫିସର ସୁପର ଭାଇଜର | ପୁରୀ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଗିରଫ କରିଛନ୍ତି | ଲଂଚ ନେବା ସମୟରେ ଗିରଫ କରିଛନ୍ତି |

ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗର ସୁପର ଭାଇଜର ନାରାୟଣ ପଟ୍ଟନାୟକ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ରତ୍ନାକର ସାହୁଙ୍କଠାରୁ ୧୫ ହଜାର ଟଙ୍କା‌ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।‌

ରତ୍ନାକର ସାହୁଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ, ପୂର୍ବ ପ୍ରସ୍ତୁତି ଅନୁଯାଇ ଭିଜିଲାନ୍ସ ଅଧିକାରୀ ମାନେ ଲୁଇଛି ରହିଥିଲେ | ଠିକ ସୁପର ଭାଇଜର ନାରାୟଣ ପଟ୍ଟନାୟକ ଲାଞ୍ଚ ନେବା ସମୟରେ ଅଧିକାରୀ ମାନେ ମାଡି ବସିଥିଲେ | ଟଙ୍କା ନିକଟରୁ ନଗଦ ୧୫ ହଜାର ଟଙ୍କା ଉଦ୍ଧାର କରାଯାଇଛି |

Related Posts