ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ନିର୍ମାଣ କଲେ ସମର୍ଥକ, ମନ୍ଦିରରେ ପୂଜା ପାଉଛି ଯୋଗୀଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ତାଙ୍କର ଜଣେ ସମର୍ଥକ ନିର୍ମାଣ କରିଛନ୍ତି ମନ୍ଦିର । ମନ୍ଦିର ଭିତରେ ପୂଜା ପାଉଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି । ଶ୍ରୀରାମଙ୍କ ମୂର୍ତ୍ତିର ଶୈଳୀରେ ନିର୍ମାଣ ହୋଇଛି ଯୋଗୀଙ୍କ ପ୍ରତିମୂର୍ତ୍ତି। ହାତରେ ରହିଛି ଧନୁଶର । ୟୁପିର ଭରତକୁଣ୍ଡ ପୁରୱା ଜିଲ୍ଲାରେ ରହିଛି ଏହି ମନ୍ଦିର। ପ୍ରଭାକର ନାମକ ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଏଭଳି ମନ୍ଦିର । ଅନ୍ୟ ମନ୍ଦିର ଭଳି ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଏଠାରେ ଆଳତୀ ଓ ଭୋଗ ମଧ୍ୟ କରାଯାଉଛି । ଅଯୋଧ୍ୟା ନିବାସୀ ପ୍ରଭାକର ମୌର୍ଯ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ସମର୍ପଣ କରି ଏହି ମନ୍ଦିର ନିର୍ମାଣ କରିଛନ୍ତି। ଏନେଇ ପ୍ରଭାବକର କହିଛନ୍ତି ଯେ, ସେ ଯୋଗୀ ଆଦିତ୍ୟନାଙ୍କୁ ଭଗବାନ ମାନନ୍ତି। ସେ ପ୍ରତିଦିନ ଏହି ମନ୍ଦିରରେ ଯୋଗୀଙ୍କ ପ୍ରତିମୂର୍ତ୍ତି ଆଗରେ ମନ୍ତ୍ର ଉଚ୍ଚାରଣ କରନ୍ତି।

ସୂଚନା ଅନୁସାରେ, ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୮.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ପ୍ରଭାକର। ଯୋଗୀଙ୍କ ମୂର୍ତ୍ତିକୁ ସେ ରାଜସ୍ଥାନରୁ ଅର୍ଡର ଦେଇ ନିର୍ମାଣ କରାଇଛନ୍ତି । ତେବେ ଏହି ମନ୍ଦିରକୁ ନେଇ ସମାଲୋଚନା କରିଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

Related Posts