ଇଭିଏମ୍‌ ବିବାଦ, ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଜାରି ରହିଛି ଇଭିଏମ ବିବାଦ । ଏହି ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଇଭିଏମ୍‌ ଯାଞ୍ଚ ସହ ସଂପୃକ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଚାରି ସପ୍ତାହ ମଧ୍ୟରେ ଜବାବ୍‌ ଦେବାକୁ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି ।

ନିର୍ବାଚନ ପୂର୍ବରୁ ଇଭିଏମ୍‌ ଯାଞ୍ଚରେ ଘରୋଇ କମ୍ପାନୀଙ୍କୁ ସାମିଲ କରିବାକୁ କମିସନ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରିଛନ୍ତି ଜଣେ ସାମ୍ବାଦିକ । ସାମ୍ବାଦିକଙ୍କ ପିଟିସନ୍‌ର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଇଭିଏମ୍‌ ଯାଞ୍ଚର ଅଧିକାର କେବଳ ସରକାରୀ କର୍ମଚାରୀଙ୍କୁ ଦେବା ପାଇଁ ପିଟିସନ୍‌ରେ ଅନୁରୋଧ କରାଯାଇଛି । ୬ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିବେ । ଅନ୍ୟପଟେ ଇଭିଏମ୍‌ ପ୍ରସଙ୍ଗ ନେଇ ବିଭିନ୍ନ ବିରୋଧୀ ଦଳର ନେତା ନିର୍ବାଚନ କମିସନଙ୍କୁ ଭେଟିଛନ୍ତି । ଇଭିଏମ୍‌ରେ ଟ୍ୟାମ୍ପରିଂ ସମ୍ଭବ ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ।

Related Posts