ଉଦ୍ଧବ ସରକାରଙ୍କୁ ବଡ ଝଟକା; ଅନୀଲ ଦେଶମୁଖ ବିରୋଧରେ ସିବିଆଇ ତଦନ୍ତକୁ ରୋକିବା ପାଇଁ ଦିଆଯାଇଥିବା ୟାଚିକାକୁ ଖାରଜ କଲା ସୁପ୍ରିମକୋର୍ଟ

udhav

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଉଦ୍ଧବ ସରକାରଙ୍କୁ ମିଳିଲା ବଡ ଝଟକା । ତେବେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଦ୍ୱାରା ଦିଆଯାଇଥିବା ପ୍ରାଥମିକ ପୁଲିସ ଅଧିକାରୀଙ୍କ ସ୍ଥାନାନ୍ତରଣ ଏବଂ ଏ ସମ୍ବୋଧିତ ଜଣେ ପୁଲିସ ଅଧିକାରୀ ଦେଇଥିବା ରିପୋର୍ଟକୁ ହଟାଇବା ପାଇଁ ମହାରଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ଏନେଇ ଡି ବାଇ ଚନ୍ଦ୍ରଚୁଡ ଏବଂ ଏମଆର ଶାହା କହିଛନ୍ତି ଯେ ବମ୍ବେ ହାଇକୋର୍ଟର ଜୁଲାଇ ୨୨ ନିର୍ଦ୍ଦେଶରେ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁଁନାହାଁନ୍ତି । ଏଥିସହ ବେଞ୍ଚ ଏହି ଆବେଦନକୁ ଖାରଜ କରିଦେଇଛି। କୋର୍ଟ କହିଛନ୍ତି ଯେ କେଉଁ ଆଧାରରେ ଯାଞ୍ଚ ହେବ ତାହା ନିର୍ଦ୍ଧାରିତ କରି ସିବିଆଇକୁ ଯାଞ୍ଚ କରିବା ପାଇଁ କହିବା ତାହା କୋର୍ଟ ଆଦେଶ ଦେଇପାରିବ ନାହିଁ ।

ଅପରିପକ୍ଷେ ସୁପ୍ରିମକୋର୍ଟ କହିଛନ୍ତି ଅଭିଯୋଗର ସମସ୍ତ ଦିଗକୁ ସିବିଆଇ ଅନୁସନ୍ଧାନ କରିବାକୁ ପଡିବ ଏବଂ ଆମେ ଏହାକୁ ସୀମିତ କରିପାରିବୁ ନାହିଁ। ଏହା ଏକ ସାମ୍ବିଧାନିକ ଅଦାଲତର କ୍ଷମତାକୁ ପ୍ରତ୍ୟାଖ୍ୟାନ କରିବା ପରି ହେବ । ସୁପ୍ରିମକୋର୍ଟ କହିଛନ୍ତି ଯେ ସିବିଆଇ ଯାଞ୍ଚକୁ ବିରୋଧ କରି ରାଜ୍ୟ ସରକାର ପୂର୍ବତନ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏହା ସହ ପ୍ରଶାସନରେ ସ୍ୱଚ୍ଛତା ଆଣିବା ଏବଂ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କାହିିଁକି ନା ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ଅନୁମତି ଦେଇଥିବା ବମ୍ବେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related Posts