ନୂଆଦିଲ୍ଲୀ: ପିଲାଙ୍କ ସାଙ୍ଗିଆ କୁ ନେଇ ସୁପ୍ରମକୋର୍ଟ ଙ୍କ ଏକ ଐତିହାସିକ ରାୟ । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଯଦି କୌଣସି ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୁଏ ଏବଂ ସେ ଦ୍ୱିତୀୟ ବିବାହ କରନ୍ତି ତେବେ ନିଜ ପ୍ରଥମ ସ୍ୱାମୀଙ୍କ ଠାରୁ ଜନ୍ମିତ ଶିଶୁକୁ ନିଜ ଦ୍ୱିତୀୟ ସ୍ୱାମୀଙ୍କ ନାଁ ଦେଇପାରିବେ। ଉକ୍ତ ମହିଳା ଜଣଙ୍କ ନିଜ ଇଚ୍ଛାରେ ନିଜ ପିଲାଙ୍କ ସାଙ୍ଗିଆ ରଖି ପାରିବେ ।

ଆନ୍ଧ୍ର ପ୍ରଦେଶର ଜଣେ ମହିଳାଙ୍କ ସ୍ୱମୀଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ତାଙ୍କ ସନ୍ତାନଙ୍କ ବୟସ ମାତ୍ର ଅଢେଇ ବର୍ଷ ହୋଇଥିଲା। ପରେ ସେହି ମହିଳା ଜଣଙ୍କ ବାୟୁସେନାର ଜଣେ ଅଧିକାରୀଙ୍କୁ ବିବାହ କରିଥିଲେ। ତେବେ ପ୍ରଥମ ସ୍ୱାମୀଙ୍କ ଠାରୁ ମିଳିଥିବା ସନ୍ତାନର କଣ ହେବ ସେ ନେଇ ପ୍ରଶ୍ନ ଉଠିଥିଲା। ମହିଳାଙ୍କ ପ୍ରଥମ ସ୍ୱାମୀଙ୍କ ପରିବାର ଲୋକେ ପିଲାଟିକୁ ନିଜ ପାଖରେ ରଖିବାକୁ ଚାହୁଁଥିଲେ । ଏହାସହ ନିଜର ସ୍ୱର୍ଗତଃ ପୁଅର ସାଙ୍ଗିଆ(ସରନେମ୍) ଦେବାକୁ ଚାହିଁଥିଲେ।

ସର୍ବୋଚ୍ଚ ଅଦାଲତ ମାମଲାର ଶୁଣାଣି କରି ରାୟ ଦେଇ କହିଛନ୍ତି, ଶିଶୁଟିର ଜେଜେ ବାପା-ଜେଜେ ମାଆଙ୍କ ଠାରୁ ତାର ମାଆ ଭଲରେ ଯନ୍ତ୍ର ନେଇପାରିବ। ଏଥିପାଇଁ ଶିଶୁଟି ନିଜ ଏବଂ ତାଙ୍କର ଦ୍ୱିତୀୟ ସ୍ୱାମୀଙ୍କ ସହ ରହିବ। ଏହାସହ ସୁପ୍ରିମକୋର୍ଟ କହିଛନ୍ତି, ଶିଶୁଟିକୁ ତାର ମାଆଙ୍କ ଦ୍ୱିତୀୟ ସ୍ୱମୀଙ୍କ ସାଙ୍ଗିଆ ଦିଆଯାଇ ପାରିବ। ନିଜ ସନ୍ତାନକୁ ନିଜ ଦ୍ୱିତୀୟ ସ୍ୱାମୀଙ୍କ ସାଙ୍ଗିଆ ଦେବାର ଅଧିକାର ମାଆ ପାଖରେ ରହିବ। ଫଳରେ ପିଲାଟି ସହ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ସମ୍ପର୍କ ଭଲ ରହିପାରିବ ।