ସୁରତର କୃଷି ମଡେଲ ସମଗ୍ର ଦେଶ ପାଇଁ ଆଦର୍ଶ : ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଗୁଜରାଟର ସୁରତରେ ଆୟୋଜିତ ଏକ ପ୍ରାକୃତିକ କୃଷି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦବୋଧନ ଦେଇଛନ୍ତି । ଏହି ସମ୍ମିଳନୀରେ ପ୍ରାକୃତିକ କୃଷିକୁ ବିଭିନ୍ନ ପକ୍ଷର ଲୋକ ଆପଣାଉଥିବା ସେ କହିଛନ୍ତି । ଏହି ସମ୍ମିଳନୀରେ ଚାଷୀମାନଙ୍କ ସଫଳ କାହାଣୀ ମୋଦି ଉପସ୍ଥାପିତ କରିଛନ୍ତି ।ଏହି ସମ୍ମିଳନୀରେ ଗୁଜରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମ୍ମିଳନୀ ଭାରତର ଅମୃତକାଳର ସଂକଳ୍ପ ପୂରଣ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ପ୍ରାକୃତିକ କୃଷିକୁ ଲୋକପ୍ରିୟ କରିବା ଭୂମିକାକୁ ପ୍ରଶଂସା କରିବା ସହିତ ଏଥିରେ ସମ୍ପୃକ୍ତ ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ବିଭିନ୍ନ କ୍ଷେତ୍ରରେ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରି ତାହାକୁ ପୂରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏସବୁ ଲକ୍ଷ୍ୟ ପୂରଣ ହେଲେ ଦେଶରେ ପରିବର୍ତ୍ତନ ଆସିବ । ସେଥିପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ଗରିବଙ୍କ ବିକାଶମୂଳକ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରିଯାଇଛି ।

ସୁରତର ଏହି ପ୍ରାରମ୍ଭିକ ପ୍ରୟାସ ଦ୍ୱାରା ୫୫୦ ପଞ୍ଚାୟତର ୪୦ହଜାରରୁ ଅଧିକ ଚାଷୀ ପ୍ରାକୃତିକ କୃଷି ସହିତ ଜଡିତ ହୋଇ ପାରିଛନ୍ତି । ସୁରତରେ ଏହି ପ୍ରାକୃତିକ କୃଷି ମଡେଲ ସମଗ୍ର ଦେଶ ପାଇଁ ଏକ ଆଦର୍ଶ ମଡେଲ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Related Posts