ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇସ୍ତଫା ଦେଲେ ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର । ବାଚସ୍ପତି ସୂର୍ଯ୍ୟ ପାତ୍ର ନିଜ ଇସ୍ତଫାପତ୍ର ଉପ-ବାଚସ୍ପତିଙ୍କୁ ଦେଇଛନ୍ତି । ଯାହାକୁ ଉପ-ବାଚସ୍ପତି ଗ୍ରହଣ କରିଛନ୍ତି । ସେପଟେ ଖୁବଶୀଘ୍ର ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇପାରେ ବୋଲି ସୂଚନା ମିଳିଛି । କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି । ଆଉ ଏହାସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି । ସେହିଭଳି ରାଜା ସ୍ୱାଇଁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାଶ, ଦିବ୍ୟଶଙ୍କର ମିଶ୍ର, ପଦ୍ମିନୀ ଡିଆନଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିବା ସୂଚନା ମିଳିଛି ।

ଆଉ ଏହି ଖବର ମିଳିବା ପରେ ମନ୍ତ୍ରୀ ହେବାକୁ ଆଶାୟୀ ଥିବା ନେତାଙ୍କ ଶିବିର ତତ୍ପର ହୋଇ ଉଠିଛି । ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରିବାକୁୁ ଯାଉଛି । ତେଣୁ ମନ୍ତ୍ରୀମଣ୍ଡଳରେ ଯେପରି ସବୁ ଅଞ୍ଚଳର ନେତାଙ୍କୁ ସୁଯୋଗ ମିଳିବ ସେନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ତେବେ ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ସୁଯୋଗ ମିଳିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts