ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମିଳୁନି ପତ୍ତା । ତେବେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଟିପ୍ପଣୀ ଦେଇ ଦେଇ ବିବାଦୀୟ ହୋଇପଡ଼ିଥିବା ନୂପୁର ଶର୍ମାଙ୍କୁ ଗତ ୩ଦିନ ହେଲାଣି ମୁମ୍ବାଇ ପୁଲିସ ଖୋଜୁଥିଲେ ବି ତାଙ୍କ ପତ୍ତା ମିଳୁନଥିବା ମହାରାଷ୍ଟ୍ର ଗୃହ ବିଭାଗର ସୂତ୍ରରୁ ଜଣାପଡ଼ିଛି।

ମୁମ୍ବାଇ ପୁଲିସର ପାଇଧୋନି ପୁଲିସ ଷ୍ଟେସନରେ ନୂପୁର ଶର୍ମାଙ୍କ ବିରୋଧରେ ଏତଲା ପଞ୍ଜିକୃତ ହୋଇଥିବା ବେଳେ ଶର୍ମାଙ୍କୁ ଗିରଫ କରିବା ପାଇଁ ପୁଲିସ ପାଖରେ ଯଥେଷ୍ଟ ପ୍ରମାଣ ରହିଥିବା ମହାରାଷ୍ଟ୍ର ଗୃହ ବିଭାଗ ପକ୍ଷରୁ ଜଣାପଡ଼ିଛି। ସେପଟେ ମୁମ୍ବାଇ ପୁଲିସ ବ୍ୟତୀତ ନୂପୁର ଶର୍ମାଙ୍କ ବିରୋଧରେ ଥାଣେ ପୁଲିସ କମିଶନରେଟଙ୍କ ନିକଟରେ ମଧ୍ୟ ଏକ ଏତଲା ରୁଜୁ ହୋଇଛି। ହେଲେ ଏବେ ତାଙ୍କର ପତ୍ତା ମିଳୁନଥିବାରୁ ତାଙ୍କୁ ଗିରଫ କରିବା ଅସମ୍ଭବ ହୋଇଛି।