ଆଜିଠାରୁ ଆରମ୍ଭ ହେବ ସ୍ଵଚ୍ଛ ଭାରତ-୨୦୨୨ ଅଭିଯାନ, ୟୁପିର ପ୍ରୟାଗରାଜରୁ ଶୁଭାରମ୍ଭ କରିବେ ଅନୁରାଗ ଠାକୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ସ୍ଵଚ୍ଛ ଭାରତ-୨୦୨୨ ଅଭିଯାନ ଆରମ୍ଭ ହେବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରୁ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ଵଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ସାରା ଦେଶରେ ୭୪୪ ଜିଲ୍ଲା ଗୁଡିକର ୬ ଲକ୍ଷ ଗ୍ରାମ ଗୁଡିକରେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ଦ୍ଵାରା ଅନୁବନ୍ଧିତ ୟୁଥ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ସଂସ୍ଥା ଗୁଡିକର ନେଟୱର୍କ ମାଧ୍ୟମରେ ଆୟୋଜିତ କରା ଯାଉଛି ।ଯୁବ ବ୍ୟାପାର ବିଭାଗ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ୧ କୋଟି କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟକୁ ଏକାଠି କରିବା ଏବଂ ଏହାର ପରିଚାଳନା କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ।

ଏହା ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ସ୍ଵଚ୍ଛ ଭାରତ ୨୦୨୨ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଅନୁରାଗ ଠାକୁର କହିଛନ୍ତି ଯେ, ସ୍ଵଚ୍ଛ ଭାରତ ୨୦୨୨ ଅଭିଯାନର ଆରମ୍ଭ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା, ଲୋକ ମାନଙ୍କୁ ସଙ୍ଗଠିତ କରିବା ଏବଂ ଭାରତକୁ ସ୍ୱଚ୍ଛ କରିବାରେ ସେମାନଙ୍କର ଭାଗୀଦାରୀତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କରାଯିବ । ଏହି ପଦକ୍ଷେପରେ, ବିଭିନ୍ନ ଅଂଚଳ, ବିଭିନ୍ନ ଭାଷା ଏବଂ ଅଲଗା ପୃଷ୍ଠଭୂମିର ଲୋକ ଏକା ସହିତ କାମ କରିବେ ଏବଂ ଏହି ଲୋକ ମାନଙ୍କ ଦ୍ଵାରା ସମ୍ପୂର୍ଣ୍ଣ ସ୍ଵେଚ୍ଛକୃତ ଭାବରେ ସ୍ଵଚ୍ଛତା ଆଧାରରେ ବର୍ଜ୍ୟ ପରିଚାଳନା କରାଯିବ ବୋଲି ସେ କହିଛନ୍ତି।

Related Posts