ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ

ଅନୁଗୁଳ : ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ । ଏହାସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ। ମଧ୍ୟ କରାଯିବ । ତାଳଚେର ମେଡିକାଲ କଲେଜକୁ ସରକାର ତୁରନ୍ତ ଚଳାଇବାର ତାରିଖ ଘୋଷଣା ଦାବିରେ ଏହି ଆନ୍ଦୋଳନକୁ ଓହ୍ଲାଇଛି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ।

ତେବେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିବ। ଏହା ସହିତ ଆଜିଠାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ମଧ୍ୟ ଆରମ୍ଭ ହୋଇଛି। ଫଳରେ ତାଳଚେରରୁ ରେଳ ଏବଂ ଟ୍ରକ୍ ଯୋଗେ ବାହାରକୁ କୋଇଲା ପରିବହନ ବନ୍ଦ ରହିଛି। ଏମସିଏଲ୍‌ର ବିଭିନ୍ନ କୋଇଲାଖ ଣି ଗୁଡିକରେ ମଧ୍ୟ କାର୍ଯ୍ୟବନ୍ଦ କରାଯାଇଛି। ଏହି ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ଅନୁଷ୍ଠାନର ସହଯୋଗ ଲୋଡିଛନ୍ତି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ।

Related Posts