ତାଲିବାନୀ ଆତଙ୍କ, ପ୍ଲେନରୁ ଖସି ଆଫଗାନ୍ ନ୍ୟାସନାଲ୍ ଫୁଟବଲରଙ୍କ ମୃତ୍ୟୁ : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: : ଆଫଗାନିସ୍ତାନରେ ତାଲିବାନ କ୍ରୁରତା ଦିନକୁ ଦିନ ଭୟାବହ ରୂପ ଧାରଣ କରୁଛି। ଅନେକ ଲୋକ ଜୀବନ ଜିଇଁବା ପାଇଁ ଦେଶ ଛାଡ଼ି ଚାଲିଯିବାକୁ ପ୍ରୟାସ କରୁଛନ୍ତି। ତାଲିବାନୀ ଭୟରେ ଲୋକେ ବିମାନ ଉପରେ ବିପଦଶଙ୍କୁଳ ଅବସ୍ଥାରେ ବସୁଥିବାର ଦେଖିବାକୁ ମିଳିଛି । ଏମିତି ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ମଧ୍ୟ ହୋଇଛି। ଏବେ ଆଫଗାନିସ୍ତାନ ଜାତୀୟ ଫୁଟବଲ୍ ଟିମର ଖେଳାଳି ଜାକି ଅନୱାରୀ ସାମିଲ୍ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସୋମବାର କାବୁଲ ଏୟାରପୋର୍ଟରେ ଆମେରିକା ବିମାନରୁ ଖସି ପଡ଼ିବାରୁ ଅନୱାରୀଙ୍କର ମୃତ୍ୟୁ ଘଟିଛି । ଆଫଗାନ ନ୍ୟୁଜ୍ ଏଜେନ୍ସି ଏରିୟାନାର ରିପୋର୍ଟରେ କୁହାଯାଇଛି ଯେ , ଆଫଗାନିସ୍ତାନରେ ତାଲିବାନ ରାଜ୍ ଆରମ୍ଭ ହେବା ପରେ ଦେଶ ଛାଡ଼ି ଚାଲିଯିବା ପାଇଁ ପ୍ରୟାସ କରୁଥିବା ଲୋକଙ୍କ ଭିଡ଼ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଅନେକ ଆଫଗାନ ଲୋକ ରନୱେରେ ଚଳନ୍ତା ବିମାନରେ ଚଢ଼ିବାକୁ ପ୍ରୟାସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥିରେ ଜାକି ଅନୱାରୀ ନାମକ ଜାତୀୟ ଫୁଟବଲର ୟୁଏସଏଏଫୋ ବୋଇଙ୍ଗ୍ ସି-୧୭ରୁ ଖସି ପଡ଼ିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏ ନେଇ କ୍ରୀଡ଼ା ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ , ଆଫଗାନିସ୍ତାନକୁ ପୂରା କବଜା କରିବା ପରେ ତାଲିବାନ ଏବେ ସେଠାରେ ସରକାର ଗଠନ କରିବା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଇସଲାମିକ ଏମିରେଟ୍ସ ନାମରେ ସରକାର ଗଠନ କରିବାକୁ ଥିବା ତାଲିବାନ ଶରିଆ ଆଇନ ଅନୁସାରେ ଶାସନ କରିବାକୁ ପ୍ରୟାସ ଆରମ୍ଭ କରିଛି ।

Related Posts