ଝାନ୍ସିର ବାବିନା କ୍ୟାଣ୍ଟନମେଣ୍ଟରେ ଅଭ୍ୟାସ ବେଳେ ଟ୍ୟାଙ୍କରେ ବିସ୍ଫୋରଣ: ଦୁଇ ଯବାନଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଝାନ୍ସିର ବାବିନା କ୍ୟାଣ୍ଟନମେଣ୍ଟରେ ଅଭ୍ୟାସ କରୁଥିବା ବେଳେ ଟ୍ୟାଙ୍କରେ ବିସ୍ଫୋରଣ। ଚାଲିଗଲା ଦୁଇ ଯବାନଙ୍କର ଜୀବନ। ଅଭ୍ୟାସ ଫାଇରିଂ ବେଳେ ଟି-୨୦ ଟ୍ୟାଙ୍କର ବିସ୍ଫୋରଣ ଘଟିଛି । ଫଳରେ ଜୁନିୟର କମିଶନ୍ଡ ଅଫିସର(ଜେସିଓ) ସମେତ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି। ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ଅକ୍ଟୋବର ୬ ତାରିଖରେ ବାବିନା ଫିଲ୍ଡରେ ବାର୍ଷିକ ଫାଇରିଂ ଅଭ୍ୟାସ ଚାଲିଥିଲା। ଏହି ସମୟରେ ଏକ ଟ୍ୟାଙ୍କ ବ୍ୟାରେଲ୍ ବିସ୍ଫୋରଣ ହୋଇଥିଲା। ଏହି ଟ୍ୟାଙ୍କରେ ୩ ଜଣ ଯବାନ ଥିଲେ। ଟ୍ୟାଙ୍କ ବିସ୍ଫୋରଣ ପରେ ତିନି ଜଣଙ୍କୁ ତୁରନ୍ତ ଡାକ୍ତରୀ ସହଯୋଗ ଦିଆଯାଇଥିଲା। ବେବିନା ମିଲିଟାରୀ ହସ୍‌ପିଟାଲରେ ତାଙ୍କୁ ତିକିତ୍ସା କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ କମାଣ୍ଡର ଓ ଜଣେ ଗନମ୍ୟାନଙ୍କର ମୃତ୍ୟୁ ହୋଇଛି। ତେବେ ଟ୍ୟାଙ୍କ ଡ୍ରାଇଭର ବିପଦ ମୁକ୍ତ ଥିବା ବେଳେ ଡାକ୍ତରଖାନାରେ ଚିକିତ୍ସା ଚାଲିଛି ବୋଲି ସେନା ପକ୍ଷରୁ କୁହାଯାଇଛି।

ଏହି ଘଟଣା ପରେ ସେନା ପକ୍ଷରୁ ପୀଡ଼ିତ ପରିବାର ପକ୍ଷରୁ ସମବେଦନା ଜଣାଯାଇଛି। ଟ୍ୟାଙ୍କ କେମିତି ବିସ୍ଫୋରଣ ହେଲା ଟ୍ୟାଙ୍କର କେମିତି ନିଆଁ ଲାଗିଲା ସେ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Related Posts