ଏମପିଭି ୬୫ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ମାରିବା ଘଟଣା: ୨ ଜଣ ନିଲମ୍ବିତ, ୩ ଜଣ ଅନ୍ୟତ୍ର ବଦଳି

ମାଲକାନଗିରି: ଶିକ୍ଷକଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ମାରିବା ଭିଡ଼ିଓ ଭାଇରଲ ଘଟଣାର କାର୍ଯ୍ୟାନୁଷ୍ଠାନ । ୨ ଜଣ ଶିକ୍ଷକ ନିଲମ୍ବିତ ହୋଇଥିବା ବେଳେ ୩ ଜଣକୁ ଅନ୍ୟତ୍ର ବଦଳି ନିର୍ଦେଶ ହୋଇଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ୨ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇ ଥିବା ନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ତିଗଲ ପଞ୍ଚାୟତର ଏମପିଭି ୬୫ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ମାରିଥିଲେ । ଯାହାର ଭିଡ଼ିଓ ଭାଇରଲ ହୋଇଥିଲା । ମାଡ଼ ମାରିଥିଲେ ଶିକ୍ଷୟିତ୍ରୀ ଇଲା ସେନ ଓ ଭିଡ଼ିଓ ଉତ୍ତୋଳନ କରିଥଲେ ସହକାରୀ ଶିକ୍ଷକ ଅନିଲ ବିଶ୍ୱାସ । ତେବେ ଏହି ଦୁଇ ଶିକ୍ଷକଙ୍କୁ ନିଲମ୍ବିତ କରଯାଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ମାଡ଼ ଖାଇଥିବା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରା ଯାଇଥିବାର ଜଣାପଡିଛି।

ଶିକ୍ଷୟିତ୍ରୀ ଇଲା ସେନ ଓ ସହକାରୀ ଶିକ୍ଷକ ସମ୍ରାଟ ବେହେରାଙ୍କ ମଧ୍ୟରେ ପୂର୍ବରୁ ଘଟି ଥିବା ଗଣ୍ଡଗୋଳର ତଦନ୍ତ କରିବାକୁ ଉକ୍ତ ବିଦ୍ୟାଳୟକୁ ମଙ୍ଗବାର ଦିନ କାଲିମେଳା ଶିକ୍ଷା ବିଭାଗର ଦୁଇଜଣ ଅଧିକାରୀ ଯାଇ ଉଭୟ ପକ୍ଷଙ୍କର ବୟାନ ନେଉଥିବା ବେଳେ ଶିକ୍ଷୟିତ୍ରୀ ଇଲା ସେନ ହଠାତ ଉତେଜିତ ହେଇ ସହକାରୀ ଶିକ୍ଷକ ସମ୍ରାଟ ବେହେରାଙ୍କୁ ମାଡ଼ ମାରିଥିଲେ। ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଅନ୍ୟଜଣେ ଶିକ୍ଷକ ଅନିଲ ବିଶ୍ୱାସ ମୋବାଇଲ ଫୋନ୍‌ରେ ରେକର୍ଡିଙ୍ଗ କରି ଭିଡ଼ିଓକୁ ଭାଇରଲ କରି ଦେଇଥିଲେ । ଭିଡ଼ିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ସହ ଚର୍ଚ୍ଚାର ବିଷୟ ପାଲଟିଥିଲା । ପିଲାଙ୍କୁ ଶିକ୍ଷା ଦାନ କରୁଥିବା ଶିକ୍ଷକ ମାନଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଥିଲା।

Related Posts