ବିହାରରେ ରକ୍ତର ନଦୀ ବୁହାଉଥିବା ଦୁର୍ଦାନ୍ତ ଅପରାଧୀ ଓ ଭ୍ରଷ୍ଟାଚାରୀମାନେ ମହାପାପୀ ନୁହନ୍ତି ହେଲେ ମଦୁଆ ମହାପାପୀ: ତେଜସ୍ୱୀ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ସହ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ସାକ୍ଷାତକାରକୁ ନେଇ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ କେନ୍ଦ୍ର ସରକାରରେ ସାମିଲ କରିବାକୁ ବିଜେପି ଚିନ୍ତା କରୁଛି ବୋଲି ସୂଚନା ମିଳିଛି । କାହିଁକିନା ଏପରି କରିବା ଦ୍ୱାରା ରାଜ୍ୟରେ ଏକ ନୂତନ ନେତୃତ୍ୱ ପାଇଁ ବାଟ ଖୋଲିପାରେ। ସୂତ୍ରରୁ ପ୍ରକାଶ ଯେ ନିକଟରେ ଏବାବଦରେ ଆଲୋଚନା ପାଇଁ ରାଜେ ଦିଲ୍ଲୀ ଗସ୍ତରେ ଯାଇଥିଲେ । ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୨୦୨୩ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳ ନିଷ୍ପତ୍ତି ନେଇଛି। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଲଢେଇ କରାଯିବ ବୋଲି ସେ କହିଛନ୍ତି। ଦଳ ଆହୁରି ମଧ୍ୟ ଅନୁଭବ କରୁଛି ଯେ ବସୁନ୍ଧରାଙ୍କୁ କେନ୍ଦ୍ରକୁ ପଠାଇବା ଦ୍ୱାରା ଦଳ ରାଜ୍ୟ ନେତାଙ୍କ କଳହକୁ ରୋକିବା ସହ କଂଗ୍ରେସକୁ ପରାସ୍ତ କରିବାରେ ଧ୍ୟାନ କେନ୍ଦ୍ରିତ କରିପାରିବ ।

ଅନ୍ୟପଟେ ଆସନ୍ତାକାଲି ଏସଟି ମୋର୍ଚ୍ଚା ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୱାଇମାଧୋପୁର ଯିବେ । ପୂର୍ବ ରାଜସ୍ଥାନ ଏବଂ ଏହାର ଅଞ୍ଚଳରେ ଭଲ ପ୍ରଭାବ ଥିବା ଆଦିବାସୀ ଭୋଟରଙ୍କ ଉପରେ ବିଜେପି ଧ୍ୟାନ ଦେଉଛି।ଉଲ୍ଲେଖନୀୟ କଥା ହେଉଛି, ରାଜସ୍ଥାନରେ ୨୦୦ ବିଧାନସଭା ଆସନରୁ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୦ଟି ଆସନ ଜିତିଥିଲା। ସୂଚନାନୁସାରେ, ବିଜେପି ଅନୁଭବ କରୁଛି ଯେ ଗତ ନିର୍ବାଚନରେ ରାଜ୍ୟରେ ନେତୃତ୍ୱ ଏକ ବଡ ପ୍ରସଙ୍ଗ ଥିଲା ଦଳ ନିର୍ବାଚନରେ ହାରିଯିବାର ଏହା ଏକ ପ୍ରମୁଖ କାରଣ ଥିଲା । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts