ନୀତି ଆୟୋଗ ବୈଠକରେ ଯୋଗ ଦେବେନି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ: କହିଲେ- କିଛି ଫାଇଦା ନଜର ଆସୁନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ। ତେବେ ଏହି ବୈଠକରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ, କିନ୍ତୁ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପରେ ଏବେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ମଧ୍ୟ ଦୂରେଇ ଯାଇଛନ୍ତି।

ବୈଠକରେ ଯୋଗ ନଦେବା ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ରାଓ କହିଛନ୍ତି, ତାଙ୍କୁ ନୀତି ଆୟୋଗ ବୈଠକରେ କିଛି ଫାଇଦା ନଜର ଆସୁନି। ରବିବାର ହେବାକୁ ଥିବା ନୀତି ଆୟୋଗର ବୈଠକରେ ଫସଲ ବିବିଧକରଣ ଏବଂ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟନ୍ଵୟନ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାକୁ ଯାଉଛି।

କେ ଚନ୍ଦ୍ରଶେଖର ରାଓ କହିଛନ୍ତି, ମୁଁ ବିରୋଧ ରୂପେ ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ନୀତି ଆୟୋଗଙ୍କ ୭୦ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଯୋଗ ଦେବି ନାହିଁ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ଏଥିରେ ରାଜ୍ୟଗୁଡିକୁ ଅଧିକ ଲାଭ ସୁନିଶ୍ଚିତ କରିବା ପାଇଁ ରୂପରେଖ ପ୍ରସ୍ତୁତ କରିବା ଏବଂ ଏଥିରେ ପରିବର୍ତ୍ତନ ପାଇଁ କୌଣସି ବ୍ୟବସ୍ଥା କରାଯାଉନଥିବାରୁ ସେ ବୈଠକରେ ଯୋଗ ଦେବେ ନାହିଁ ବୋଲି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି।

କେସିଆର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ହିସାବରେ ତେବେ ବିକଶିତ ହେବ ଯେବେ ରାଜ୍ୟ ବିକଶିତ ହେବ। ମଜବୁତ ଏବଂ ଆର୍ଥିକ ଭାବେ ଜୀବନ୍ତ ରାଜ୍ୟ ହିଁ ଭାରତକୁଏକ ଶକ୍ତିଶାଳୀ ରାଜ୍ୟ ଭାବେ ଗଢିତୋଳି ପାରିବ। ତେବେ କେନ୍ଦ୍ର ସରକାରଙ୍କ ଭେଦଭାବ ଏବଂ ଟାଳଟୁଳ ନୀତି କାରଣରୁ ବୈଠକରୁ ଦୂରରେ ରହିବି।

ଏହା ପୂର୍ବରୁ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଶନିବାର ନୀତି ଆୟୋଗର ବୈଠକରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ନୀତିଶ କୁମାର ଗୋଟିଏ ମାସରେ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ହେବାକୁ ଥିବା ବୈଠକରେ ଯୋଗ ଦେବେ ନାହିଁ। କିଛି ଦିନ ପୂର୍ବେ ନୀତିଶ କରୋନାରୁ ସୁସ୍ଥ ହୋଇଛନ୍ତି।

Related Posts