ଜମ୍ମୁର ରେସିଡେନ୍ସି ରୋଡ୍ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ: 4 ଜଣଙ୍କ ମୃତ୍ୟୁ, 11 ଜଣ ଆହତ

ଜମ୍ମୁର ରେସିଡେନ୍ସି ରୋଡ୍ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଫଳରେ ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୧୧ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଜମ୍ମୁର ରେସିଡେନ୍ସି ରୋଡ୍ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।

ବିସ୍ଫୋରଣ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ । ଏହା ଆତଙ୍କୀ କାର୍ଯ୍ୟକଳାପ ନେଇ ସନ୍ଦେହ କରାଯାଉଥିବାବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳ ପହଞ୍ଚିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ବିସ୍ପୋରଣ କିପରି ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।

Related Posts