ପ୍ରେମିକ ପାଇଁ ବୀଭତ୍ସ କାଣ୍ଡ: ନିଜ 3 ବର୍ଷର ଛୁଆକୁ ହତ୍ୟା କଲେ ମହିଳା

ଥିରୁଅନନ୍ତପୁରମ: କେରଳର ଇଲାପ୍ପୁଲ୍ଲିରୁ ଆସିଚି ଏକ ହୃଦ୍ୟବିଦରକ ଖବର । ପ୍ରେମ ପାଇଁ ଜଣେ ମହିଳା ଘଟାଇଛନ୍ତି ବୀଭତ୍ସ କାଣ୍ଡ । ନିଜ ଜନ୍ମ କଲା ଛୁଆକୁ ହତ୍ୟା କରିଛି ରାକ୍ଷସୀ ମା । ଏନେଇ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରିଫ କରିଛି । ତିନି ବର୍ଷର ଛୁଆକୁ ହତ୍ୟା କଲା ମାଆ । ନିଜ ପ୍ରେମିକ ସହ ରହିବା ପାଇଁ ମହିଳା ଜଣଙ୍କ ଏହି ବୀଭତ୍ସ କାଣ୍ଡ ଭିଆଇଛନ୍ତି ।

ସେହିପରି ପୋଲିସର ପଚରାଉଚୁରା ପରେ ଅଭିଯୁକ୍ତ ମହିଳା ମାନିବା ସହ ନିଜ ଛୁଆକୁ ହତ୍ୟା କରିଥିବା ସ୍ବୀକାର କରିଛି । ତେବେ ତିନି ବର୍ଷୀୟ ମହମ୍ମଦ ଶାନ ମଙ୍ଗଳବାର ସକାଳେ ଛୋଟିପାରା ଠାରେ ତାଙ୍କ ମାଆଙ୍କ ଘରେ ରହସ୍ୟମୟ ପରିସ୍ଥିତିରେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ।ସେପଟେ ପୋଷ୍ଟମର୍ଟମ ରିପୋର୍ଟରେ ଶିଶୁଟିର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ପକ୍ଷରୁ ଶିଶୁର ମାଆ ଆସିଆଙ୍କୁ ଘଟଣା ସମ୍ପର୍କରେ ପଚାରିବାବେଳେ ସେ କିଛି ଜାଣି ନଥିବା କହିଥିଲେ । ତେବେ ପୋଲିସ ପଚରାଉଚୁରା କରିବା ପରେ ସେ ଶାନଙ୍କୁ ତଣ୍ଟିଚିପ ହତ୍ୟା କରିଥିବା ସ୍ବୀକାର କରିଥିଲା ।

ଅନ୍ୟପଟେ ପୋଲିସର କହିବା ଅନୁସାରେ, ସ୍ୱାମୀ ଶାମିର ମହମ୍ମଦଙ୍କ ଠାରୁ ବହୁ ଦିନ ଦୂରରେ ରହି ଆସୁଥିବା ଆସିଆ ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡିଯାଇଥିଲେ । ସେ ତାଙ୍କ ପ୍ରେମିକ ସହିତ ରହିବା ପାଇଁ ନିଜ ପୁଅକୁ ହତ୍ୟା କରିଥିବା ପୋଲିସ କହିଛି । ସେହିଭଳି ତାଙ୍କୁ ବୁଧବାର ଜୁଡିସିଆଲ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ପରେ ତାଙ୍କୁ ନ୍ୟାୟିକ ହେପାଜତରେ ରିମାଣ୍ଡରେ ନିଆଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

ଏବେ ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅନ୍ସ୍ଲାରେ ଚାନ୍ଚଲ୍ୟ ଖେଳି ଯାଇଛି ।

Related Posts