ରାଜସ୍ଥାନ ଉଦୟପୁରରେ ଭୟଂକର ଦୁର୍ଘଟଣା: ପିକଅପ ଓଲଟି 5 ମୃତ ଓ 15ରୁ ଅଧିକ ଆହତ

ଜୟପୁର: ରାଜସ୍ଥାନର ଉଦୟପୁରରେ ଘଟିଛି ଏକ ଭୟଂକର ଦୁର୍ଘଟଣା । ଏକ ପିକ-ଅପ ଓଲଟି ପଡିବାରୁ 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ 15 ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସଂନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଗାଡିଟି ଦ୍ରୁତ ଗତିରେ ଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ମୃତକ ପାଞ୍ଚଜଣ ଗୋଟିଏ ଗାଁର ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଉକ୍ତ ପିକଅପରେ ଛୋଟ ପିଲା ଏବଂ ମହିଳାମାନେ ମଧ୍ୟ ଥିଲେ । ଏହି ଘଟଣା ପରେ ସ୍ଥାନୀୟ ବିଧାୟକ ଫୁଲ ସିଂ ମୀନା, ଜିଲ୍ଲାପାଳ ତରାଚାନ୍ଦ ମୀନା ଏବଂ ଏସ.ପି ମନୋଜ କୁମାର ଏମବି ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆହତ ମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts