ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ; ଜଣେ ଯବାନ ସହୀଦ, ପୋଲିସ-ସିଆରପିଏଫ୍‌ର ମିଳିତ ସର୍ଚ୍ଚ ଅପରେସନ ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର ଆତଙ୍କବାଦୀମାନେ ପୋଲିସ ଏବଂ ସିଆରପିଏଫ୍‌ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ପୋଲିସ ଯବାନ ଶହୀଦ ହୋଇଥିବାବେଳେ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛଇ। ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେଶନ ଜାରି ରହିଛନ୍ତି।

ସୂଚନା ଅନୁସାରେ, ଆଜି ପୁଲୱାମା ଜିଲ୍ଲାର ପିଙ୍ଗଲାନାରେ ଆତଙ୍କବାଦୀମାନେ ପୋଲିସ ଏବଂ ସିଆରପିଏଫ୍‌ ଦଳଙ୍କ ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଏବଂ ସିଆରପିଏଫ୍‌ ଯବାନ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୋଲିସ ଯବାନଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଆକ୍ରମଣର ସୂଚନା ପାଇବା ମାତ୍ରେ ପୋଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଚାଲିଛି।

Related Posts