ଥମୁନି ଯୁଦ୍ଧ : ଋଷର ୨୦ ହାଜର ସେନାଙ୍କୁ ୟୁକ୍ରେନ ସେନା ନିହତ କରିଥିବା ଦାବି

ନୂଆଦିଲ୍ଲୀ: ଋଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଜାରୀ ରହିଛି । ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଲିଛନ୍ତି ଫେବୃୟାରୀ 24 ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ଦୁଇ ମାସ ପୁରିବାକୁ ବସିଲାଣି । ମାତ୍ର ୟୁକ୍ରେନରେ ଋଷୀୟ ସେନାର ତାଣ୍ଡବ ଲୀଳା ଜାରି ରହିଛି । ସେପଟେ ଋଷୀୟ ସେନା ଆକ୍ରମଣରେ ସାଧରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ସେହିପରି ରାଜଧାନୀ କିଭ୍‌ ନିକଟରୁ ଋଷ ସେନା ପଳାଇବାରେ ୯ ଶହ ସାଧାରଣ ଲୋକଙ୍କ ମୃତଦେହ ବାହାରେ ପଡିଥିବା ୟୁକ୍ରେନ ଦାବି କରିଛି । ଏଥିସହ ସାଧାରଣ ଲୋକଙ୍କ ମୁଣ୍ଡକୁ ଗୁଳି କରିଛନ୍ତି ଋଷୀୟ ସେନା ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି କହିଛନ୍ତି । ଏହା ସହିତ ୟୁକ୍ରେନର ବହୁତ ସଂଖ୍ୟାରେ ସୈନ୍ୟ ଆହତ ହୋଇଥିବାବେଳେ ଏବେ ବି ବହୁ ସଂଖ୍ୟାରେ ସୈନ୍ୟ ଚିକିତ୍ସିତ ହେଉଛନ୍ତି ।ସେଥିମଧ୍ୟରୁ କେତେ ଜଣ ବଞ୍ଚିବେ ଅବା ମରିବେ ମଧ୍ୟ ତାହା ଜଣା ନାହିଁ ବୋଲି ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି । ଏପଟେ ୟୁକ୍ରେନ ଆଜି(ରବିବାର) ଦାବି କରିଛି ଯେ, ଋଷର ୨୦୦୨ ସଶସ୍ତ୍ର ଯୁଦ୍ଧ ଯାନ ନଷ୍ଟ କରିଛନ୍ତି ୟୁକ୍ରେନ ସେନା । ସେହିପରି ଯୁଦ୍ଧ ଆରମ୍ଭରୁ ୧୪୮ ମାନବ ବିହୀନ ବିମାନ ଯାନ(unmanned aerial vehicle)କୁ ୟୁକ୍ରେନ ସେନା ନଷ୍ଟ କରିଛନ୍ତି ।

ତେବେ ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ(General Staff of the Armed Forces of Ukraine) ଆଜି ଏହି ଦାବି କରିଛନ୍ତି । ସେ ଏହି ତଥ୍ୟକୁ ସେ ଫେସବୁକରେ ପୋଷ୍ଟ ପ୍ରଦାନ କରିଛନ୍ତି । ଏଥିସହ ଫେବୃଆରୀ ୧୪ରୁ ଅପ୍ରେଲ ୧୭ ତାରିଖ ମଧ୍ୟରେ ଋଷର ୨୦,୩୦୦ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି ।ଅନ୍ୟପଟେ ୭୭୩ ଟ୍ୟାଙ୍କ, ୨୦୦୨ ସଶସ୍ତ୍ର ଯୁଦ୍ଧ ଯାନ, ୩୭୬ ଆର୍ଟିଲିରି ସିଷ୍ଟମ୍‌(artillery systems), ୧୨୭ ମଲ୍ଟିପଲ ରକେଟ ଲଞ୍ଚର(multiple rocket launchers), ୬୬ଟି ପ୍ରତିରକ୍ଷା ଉପକରଣ(66 units of air defence equipment), ୧୬୫ଟି ଜାହଜ, ୧୪୬ ହେଲିକପ୍ଟର ଏବଂ ୧୪୭୧ ସ୍ବୟଂଚାଳିତ ଉପକରଣ(automotive equipment) ସହିତ ୮ଟି ବୁଡାଜାହାଜ/ବୋଟ ନଷ୍ଟ କରିଥିବା ୟୁକ୍ରେନ ଦାବି କରିଛି । ଏହା ସହିତ ୟୁକ୍ରେନ ଆହୁରି ମଧ୍ୟ ଦାବି କରିଛି ଯେ, ୭୬ଟି ତେଲ ଯୋଗାଣ କରୁଥିବା ଟ୍ୟାଙ୍କ, ୧୪୮ ଅପରେସନାଲ ଟାକ୍ଟିକାଲ ଯୁଏଭି( 148 operational-tactical UAV) ଏବଂ ୨୭ଟି ସ୍ବତନ୍ତ୍ର ଉପକରଣ ଓ ୪ଟି ଅପଲରେସନାଲ ଟାକ୍ଟିକାଲ ମିସାଇଲ ସିଷ୍ଟମ (operational-tactical missile systems) ଧ୍ବଂସ କରାଯାଇଛି ।

ସେପଟେ ଋଷ ୟୁକ୍ରେନ ର ଏହି ଦାବିକୁ ପ୍ରତ୍ୟାଖାନ କରି ଆସୁଥିବା ବେଳେ, ପରେ ଏହି ଦାବି କୁ ସ୍ବୀକାର କରିଛି । ମାତ୍ର କେତେ ସେନାଙ୍କ ମୃତ୍ୟୁ ଘଟିଛି ସେନେଇ କିଛି ତଥ୍ୟ ପ୍ରଦାନ କରିନି ।

Related Posts