ଦିଲ୍ଲୀ ମଡେଲକୁ ଆପଣାଇବେ ପଞ୍ଜାବ ସରକାର; ଏନେଇ ଦିଲ୍ଲୀ ସରକାରୀ ସ୍କୁଲ୍ ବୁଲିବେ ଭଗୱନ୍ତ ମାନଙ୍କ ସହ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମଡେଲକୁ ଆପଣାଇବେ ପଞ୍ଜାବ ସରକାର । ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହିତ ସୋମବାର ଦିଲ୍ଲୀର ସରକାରୀ ସ୍କୁଲ ଏବଂ ମୋହଲ୍ଲା କ୍ଲିନିକ୍ ପରିଦର୍ଶନ କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ମଧ୍ୟ ତାଙ୍କ ସହ ରହିବା ନେଇ ଜଣାପଡ଼ିଛି । ଏହା ପୂର୍ବରୁ କେଜରିୱାଲ୍ ଗୁରୁବାର ଏନେଇ ଘୋଷଣା କରିଥିଲେ । ଆପ୍ ସରକାର ଦ୍ୱାରା ଦିଲ୍ଲୀରେ ନିଆଯାଇଥିବା ଉଲ୍ଲେଖନୀୟ ପଦକ୍ଷେପ ସମ୍ୱନ୍ଧରେ ପଞ୍ଜାବ ମନ୍ତ୍ରୀମାନେ ଅବଗତ ହୋଇପାରିବେ ବୋଲି ସେ କହିଥିଲେ । ଭଗବନ୍ତ ମାନଙ୍କ ଅନୁପସ୍ଥିତିରେ କେଜ୍ରିୱାଲ ରାଜ୍ୟର ସର୍ବୋଚ୍ଚ ଅମଲାତନ୍ତ୍ରଙ୍କ ସହ ବୈଠକ କରିବା ପରେ ବିରୋଧୀ ଦଳମାନେ ପଞ୍ଜାବ ସରକାରଙ୍କୁ ନେଇ ଅଭିଯୋଗ ଉଠାଇଛନ୍ତି ।

ପଞ୍ଜାବ ସରକାରଙ୍କୁ ଦିଲ୍ଲୀରୁ “ରିମୋଟ କଣ୍ଟ୍ରୋଲ” ମାଧ୍ୟମରେ କେଜ୍‌ରିୱାଲ୍ ଚଳାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିବା ପରେ କେଜରିୱାଲ୍ ଏପରି ମନ୍ତବ୍ୟ ଦେଇଛନ୍ତି । ଆମ୍ୱେଦକର ଜୟନ୍ତୀ ଅବସରରେ ତ୍ୟାଗରାଜ ଷ୍ଟାଡିୟମ୍‌ରେ ଆୟୋଜିତ ଏକ କାର‌୍ୟ୍ୟକ୍ରମକୁ ସମ୍ୱୋନ୍ଧନ କରି କଜେରିୱାଲ୍ କହିଥିଲେ ଯେ ଦିଲ୍ଲୀ ସରକାରୀ ସ୍କୁଲକୁ ସେ ଏପରି ସୁଧାର କରିଛନ୍ତି ଯାହାକୁ ସାରା ଦୁନିଆର ଲୋକେ ଉଲ୍ଲେଖନୀୟ ପରିବର୍ତ୍ତନ ନଜରରେ ଦେଖୁଛନ୍ତି । କିଛିଦିନ ତଳେ ତାମିଲ୍‌ନାଡ଼ୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ସହିତ ସରକାରୀ ସ୍କୁଲ୍ ପରିଦର୍ଶନ କରିଥିଲେ । ଏହାପରେ ଷ୍ଟାଲିନ୍ କହିଥିଲେ ତାଙ୍କ ସରକାର ଦିଲ୍ଲୀ ମଡେଲ୍‌କୁ ଆପଣାଉଛନ୍ତି ।

Related Posts