ପରମବୀର ସିଂହଙ୍କ ବଢିଲା ଅଡୁଆ; ଜାରି ହେଲା ଲୁକ ଆଉଟ ନୋଟିସ

paramveer

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବଟି ଆଦାୟ ମାମଲାରେ ଗିରଫ ହୋଇଥିବା ମୁମ୍ବାଇର ପୂର୍ବତନ କମିଶନର ପରମବୀର ସିଂହଙ୍କ ଅଡୁଆ ବଢିଲା । ତାଙ୍କ ବିରୋଧରେ ପୁଲିସ ପକ୍ଷରୁ ଲୁକଆଉଟ ନୋଟିସ ଜାରି କରାଯାଇଛି । ତେବେ ବ୍ୟବସାୟୀ କେଟାନ ତନ୍ନାଙ୍କ ଅଭିଯୋଗ ଉପରେ ଜୁଲାଇ ୩୦ ରେ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ଥାନେର ପୋଲିସ ସୂତ୍ର ଅନୁଯାୟୀ ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଲୁକ୍ଆଉଟ୍ ନୋଟିସ୍ ମଧ୍ୟ ଦିଆଯିବ। ଜଣେ ବ୍ୟକ୍ତିଙ୍କୁ ଦେଶ ଛାଡିବାକୁ ରୋକିବା ପାଇଁ ଏକ ଲୁକ ଆଉଟ ନୋଟିସ ଜାରି କରାଯାଇଥାଏ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହି ବଟି ଆଦାୟ ମମାଲାରେ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ନାମ ରହିଛି। ଏଥିମଧ୍ୟରେ ତତ୍କାଳୀନ ଡେପୁଟି କମିଶନର ଦୀପକ ଦେଓରାଜ, ଆସିଷ୍ଟାଣ୍ଟ ପୋଲିସ୍ କମିଶନର ନିଭ୍ରତୀ କଦାମ, ତତ୍କାଳୀନ ଆଣ୍ଟି ଏକ୍ସଟୋରସନ୍ ସେଲ୍ ବରିଷ୍ଠ ଇନ୍ସପେକ୍ଟର ପ୍ରଦୀପ ଶର୍ମା ଏବଂ ଇନ୍ସପେକ୍ଟର ରାଜକୁମାର କୋଥମିର ରହିଛନ୍ତି ।

ତନ୍ନାଙ୍କ ଅଭିଯୋଗକ୍ରମେ ଯେତେବେଳେ ପରାମ ବିର୍ ସିଂ ଜାନୁଆରୀ ୨୦୧୮ ରୁ ଫେବୃଆରୀ ୨୦୧୯ ମଧ୍ୟରେ ଥାନେ ପୋଲିସ କମିଶନର ଥିଲେ ସେତେବେଳେ ତାଙ୍କୁ AEC କାର୍ଯ୍ୟାଳୟକୁ ଡକାଇ ଗୁରୁତର ଅପରାଧିକ ମାମଲାର ଧମକ ଦେଇ ତାଙ୍କଠାରୁ ୧.୨୫ କୋଟି ଟଙ୍କା ଜବତ କରିଥିଲେ। ଅପରିପକ୍ଷରେ ଥାନେ ପୁଲିସ୍ କମିଶନର ଜୟ ଜିତ ସିଂହ କହିଛନ୍ତି, ବଳ ପୂର୍ବକ ବଟି ଆଦାୟ ଘଟଣାରେ ପରମବୀର ସିଂହଙ୍କ ନାଁରେ ମାମଲା ହୋଇଥିଲା। ତାଙ୍କୁ ଜେରା ପାଇଁ ଉଦ୍ୟମ ହୋଇଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳି ନାହିଁ। ତେଣୁ ଆଜି ପୁଲିସ୍ ପକ୍ଷରୁ ତାଙ୍କ ନାଁରେ ଲୁକ ଆଉଟ ସର୍କ୍ୟୁଲାର ଜାରି କରାଯାଇଛି ବୋଲି କହିଛନ୍ତି ।

ଥାନେରେ ଥିବା ଗୋଟିଏ ପୁଲିସ୍ ଷ୍ଟେସନରେ ଜୁଲାଇ ୨୩ରେ ପରମବୀର ସିଂହଙ୍କ ନାଁରେ ଦାଦା ବଟି ଆଦାୟ ମାମଲା କରାଯାଇଥିଲା। ତାଙ୍କ ନାଁରେ ଏହାପୂର୍ବରୁ ମଧ୍ୟ ଆଉ ଗୋଟିଏ ସମାନ ଅଭିଯୋଗରେ ମାମଲା କରାଯାଇଥିଲା। ଜୁଲାଇ ୨୮ରେ ମୁମ୍ବାଇ ପୁଲିସ୍ ପରମବୀର ଓ କେସ୍ ହୋଇଥିବା ଅନ୍ୟ ୫ ଜଣଙ୍କ ବିରୋଧରେ ତଦନ୍ତ କରିବାକୁ ଏସଆଇଟି ଗଠନ କରିଥିଲା।

Related Posts