ମୁମ୍ବାଇ ପୋଲିସକୁ ପାକିସ୍ତାନୀ ନମ୍ବରରୁ ମେସେଜ; ୨୬/୧୧ ଭଳି ଆକ୍ରମଣ ପାଇଁ ଧମକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଟ୍ରାଫିକ ପୋଲିସକୁ ୨୬/୧୧ ଭଳି ଆକ୍ରମଣର ଏକ ମେସେଜ ମିଳିଛି। ଖବର ମୁତାବକ ଏହି ମେସେଜ ଏକ ପାକିସ୍ତାନୀ ନମ୍ବରରୁ ଆସିଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ଏ ସମ୍ପର୍କରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ମଧ୍ୟ ସୂଚନା ଦିଆଯାଇଛି ଏବଂ ଏଟିଏସ୍ ମଧ୍ୟ ତଦନ୍ତରେ ସାମିଲ ହୋଇ ତଦନ୍ତ ଚଳାଇଛି।

ସେପଟେ ସୋମାଲିଆର ମୋଗାଡିଶୁରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନରୁ ପ୍ରକାଶ ଯେ, ଅଲ-କାଏଦା ସହ ଜଡିତ ଅଲ-ଶବାବ ଏହି ଆକ୍ରମଣ ପଚରେ ରହିଛି। ଆତଙ୍କବାଦୀମାନେ ମୋଗାଡିଶୁର ହାଇଟ୍ ହୋଟେଲକୁ ଟାର୍ଗେଟ କରିଥିଲେ।

ସୂଚନାଥାଉଛି ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ବଡ଼ ଧରଣ ଆତଙ୍କି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ହାତ ରହିଥିଲା। ଯାହାର ମାଷ୍ଟରମାଇଣ୍ଡ ଥିଲା ହାଫିଜ୍‌ ସଇଦ୍। ଏହି ଆକ୍ରମଣରେ ୧୬୬ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆତଙ୍କୀ ପୁଲିସ୍‌ ଗୁଳିରେ ଟଳି ପଡ଼ିଥିଲେ। ଜୀବନ୍ତ ଅବସ୍ତାରେ ମହମ୍ମଦ କସାବକୁ ଗିରଫ କରାଯାଇଥିଲା, ତାକୁ ୨୦୧୨ରେ ଫାଶି ଦିଆଯାଇଥିଲା। ତେବେ ପୂଣି ଥରେ ଏଭଳି ଏକ ଧମକ ପାଇବା ପରେ ଘଟଣାର ଅନୁସନ୍ଧାନ ଜାରୀ ରଖିଛନ୍ତି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି।

Related Posts