ପୁଣି ମୁମ୍ବାଇ ପୋଲିସକୁ ମେସେଜରେ ଧମକ; “ଭାରତରେ ସୋମାଲିଆ ଭଳି ଆତଙ୍କବାଦୀ ଆକ୍ରମଣ ହେବ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବା ନେଇ ବାରମ୍ବାର ଧମକ ମିଳୁଛି। ଗତ ସପ୍ତାହରେ ୨୬/୧୧ ଭଳି ଆକ୍ରମଣ କରିବାକୁ ମୁମ୍ବାଇ ଟ୍ରାଫିକ ପୁଲିସ୍‌ର ହ୍ୱାଟ୍ସଆପ୍‌ ନମ୍ବରକୁ ଏକ ମେସେଜ୍ ଆସିଥିଲା। ଯାହାକୁ ନେଇ ସତର୍କ ହୋଇଯାଇଥିଲା ସାରା ଦେଶ। ଆଜି ପୁଣି ମୁମ୍ବାଇ ପୁଲିସର ହେଲ୍‌ପ ଲାଇନ୍‌ ହ୍ୱାଟ୍ସଆପ୍‌ ନମ୍ବରକୁ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଛି।ଏକ ଅନ୍ତର୍ଜାତୀୟ ନମ୍ବରରୁ ଆସିଥିବା ଏହି ମେସେଜ୍‌ରେ ସୋମାଲିଆରେ ଯେପରି ଆକ୍ରମଣ ହୋଇଥିଲା ସେହିପରି ଆକ୍ରମଣ ଭାରତରେ ହେବ ବୋଲି ଧମକ ଦିଆଯାଇଛି। ତେବେ ଏହି ମେସେଜ୍‌ରେ କୌଣସି ସବିଶେଷ ତଥ୍ୟ ଦିଆଯାଇ ନାହିଁ। କେବଳ ସମୋଲିଆ ଭଲି ଆକ୍ରମଣ କଥା ଲେଖାଯାଇଛି। ତେବେ ଆଫ୍ରିକାନ ଦେଶ ସୋମିଲିଆରେ କେଉଁ ଆକ୍ରମଣ କଥା କୁହାଯାଇଛି ସେ ବିଷୟରେ କିଛି ସୂଚନା ଦିଆଯାଇ ନାହିଁ। ମେସେଜ ପାଇବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ମଧ୍ୟ ଏମିତି ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ସେପଟେ ଆଜି ୧୧.୩୦ ମିିନିଟ୍ ସମୟରେ ଆସିଥିବା ଏହି ମେସେଜ୍‌ଟି ଏକ ପାକିସ୍ତାନ ନମ୍ବରରୁ ଆସିଥିବା ସୂଚନା ମିଳିଛି।ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁମ୍ବାଇ ପୁଲିସ କମିଶନର ବିବେକ ଫନସଲକର କହିଛନ୍ତି ‘ ମମ୍ମଦ ଇମ୍‌ତିଆଜ୍‌ ନାମରେ ପଞ୍ଜିକୃତ ହୋଇଥିବା ଏକ ପାକିସ୍ତାନ ନମ୍ବରରୁ ଧମକପୂର୍ଣ୍ଣ ମେସେଜ୍ ଆସିଛି। ତାଙ୍କ ଘର ମୋହଲ ଅଜିଜ କଲୋନୀ ୱାନ୍ଦଲାହ ରୋଡ, ଶାଦ୍ରା ଲାହୋର। ଏହି ଲୋକ ନାଁରେ ମୋଟ ୪ ନମ୍ବର ରହିଛି।’ ଏହି ଧମକ ପରେ ମୁମ୍ବାଇ ପୁଲିସ ସତର୍କ ହୋଇଛି। ଉପକୂଳ ଅଞ୍ଚଳଗୁଡ଼କରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କଡ଼ି କରିଦିଆଯାଇଛି। ତଟରକ୍ଷୀ ବାହିନୀଙ୍କ ସହ ଯୋଗଯୋଗ ଚାଲିଛି ବୋଲି ମୁମ୍ବାଇ ପୁଲିସ କମିଶନର କହିଛନ୍ତି।

Related Posts