ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା ପ୍ୟାନ କାର୍ଡରେ ଆଧାର ଲିଙ୍କ ସମୟସୀମା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ବଢିଲା ବଢିଲା ପ୍ୟାନ କାର୍ଡରେ ଆଧାର ଲିଙ୍କ ସମୟସୀମା। ପୂର୍ବରୁ ଶେଷ ତାରିଖ 30 ସେପ୍ଟେମ୍ବର ଥିଲାବେଳେ ଏବେ ଏହି ସମୟସୀମା ବୃଦ୍ଧି କରାଯାଇ 31 ମାର୍ଚ୍ଚ 2022 କୁ ବୃଦ୍ଧି କରାଯାଇଛି। ଏ ନେଇ ଶୁକ୍ରବାର ଦିନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ହେତୁ ଶୁକ୍ରବାର ଦିନ କେନ୍ଦ୍ର ସରକାର ‘ପର୍‌ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର’ (ପାନ୍‌) ସହ ‘ଆଧାର’ ଲିଙ୍କ୍ କରିବାର ସମୟସୀମା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ , କୋଭିଡ୍‌-୧୯ ମହାମାରୀ କାରଣରୁ କରଦାତାମାନେ ସମ୍ମୁଖୀନ ହେଉଥିବା ଅସୁବିଧା ପ୍ରତି ଦୃଷ୍ଟିରେ ରଖି ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖ ରଖାଯାଇଥିବା ‘ଆଧାର-ପାନ୍‌’ ଲିଙ୍କ୍ ଶେଷ ତାରିଖକୁ ଆହୁରି ୬ ମାସ ବୃଦ୍ଧି କରାଯାଇଛି। 

‘ଆଧାର-ପାନ୍‌’ ସଂଯୋଗ ଶେଷ ତାରିଖ ସଂଶୋଧନ କରିବାରେ ଚଳିତ ବର୍ଷ ଏହା ହେଉଛି କେନ୍ଦ୍ର ସରକାରଙ୍କ ଚତୁର୍ଥ ନିଷ୍ପତ୍ତି। କରୋନାର ଦ୍ବିତୀୟ ଲହର  ବାଧାବିଘ୍ନ ହେତୁ ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ‘ଆଧାର-ପାନ୍‌’ ସଂଯୋଗ ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଥିଲେ। 

ତେବେ  ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ଯଦି 31 ମାର୍ଚ୍ଚ 2022 ସୁଦ୍ଧା ପାନ୍ ଆଧାର ସହିତ ଲିଙ୍କ୍ ହୋଇନଥାଏ, ତେବେ ପାନ୍ କାର୍ଡ ନିଷ୍କ୍ରିୟ ଘୋଷିତ ହେବ। ଆଧାରକୁ ପାନ୍ ସହିତ ଲିଙ୍କ୍ କରିବା ପାଇଁ କୌଣସି ପ୍ରମାଣପତ୍ରର ଆବଶ୍ୟକ ନାହିଁ।  ଏଥିପାଇଁ କେବଳ ଆଧାର ଏବଂ ପାନ୍ ଆବଶ୍ୟକ। ତଥାପି, ଉଭୟ ଡକ୍ୟୁମେଣ୍ଟରେ ଦିଆଯାଇଥିବା ସୂଚନା ପରସ୍ପର ସହିତ ମେଳ ହେବା ଉଚିତ୍ ବୋଲି କୁହାଯାଇଛି। 

Related Posts