୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ସବୁ ଆସନରେ ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ଆଜି ଆମ୍ ଆଦମୀ ପାର୍ଟି ଏକ ବଡ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଦଳ ସବୁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଗୁଜୁରାଟର ଅହମ୍ମଦାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀମାନେ ସବୁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାପୂର୍ବରୁ ଗୁଜୁରାଟର ବରିଷ୍ଠ ସାମ୍ବାଦିକ ଇସୁଦାନ ଗାଡଭି କେଜ୍ରିୱାଲଙ୍କ ଉପସ୍ଥିତିରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ଗୁଜରାଟ ଗସ୍ତରେ ଯାଇଛନ୍ତି । ୨୦୨୧ ସୁରଟ ମ୍ୟୁନିସିପାଲ କର୍ପୋରେସନ (ଏସଏମସି) ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୨୦ ଆସନ ମଧ୍ୟରୁ ୨୭ ଟି ଆସନରେ ବିଜୟ ଲାଭ କରିବା ପରେ ଏବେ ଆଗାମୀ ବିଧାନସଭା ନିର୍ବାଚନରେ ସବୁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ଆମ୍ ଆଦମୀ ପାର୍ଟି ମ୍ୟୁନିସିପାଲିଟି କର୍ପୋରେସନ୍, ପୌର ନିର୍ବାଚନ ଏବଂ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଛି। ଏହି ଅବସରରେ କେଜରିୱାଲ ଆଶ୍ରମ ରୋଡରେ ଅବସ୍ଥିତ ଦଳର ନୂତନ ରାଜ୍ୟ କାର୍ଯ୍ୟାଳୟର ଉଦଘାଟନ କରିବେ।

Related Posts